Advertisment

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁଇ ଦୁଇଟି ଭିଡିଓ ଆକ୍ରମଣ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଆଜି ସନ୍ଧ୍ୟାରେ  କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ପ୍ରତିବାଦ କରି ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଅପମାନିତ କରୁଛନ୍ତି। […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା

Bersa-anubhaba

କଟକ(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁଇ ଦୁଇଟି ଭିଡିଓ ଆକ୍ରମଣ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଆଜି ସନ୍ଧ୍ୟାରେ  କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ପ୍ରତିବାଦ କରି ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଅପମାନିତ କରୁଛନ୍ତି। ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରୁଛନ୍ତି। ବିଭିନ୍ନ ଆରୋପ ଲଗାଇ ଚରିତ୍ର ସଂହାର କରୁଛନ୍ତି। ଯାହା ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଛି। ଦୁହିଁଙ୍କ ଶାରୀରିକ ସଂପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଅଣିଛନ୍ତି ବୋଲି ଏତଲାରେ ବର୍ଷା ଦର୍ଶାଇଛନ୍ତି।

Advertisment

ଯାହାକୁ ନେଇ ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଭିନ୍ନ ମୋଡ଼ ନେଇଛି। ଅନୁଭବ ପୋଷ୍ଟ କରିଥିବା ଦୁଇଟି ଭିଡ଼ିଓକୁ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବର୍ଷା ପୁଲିସ ନିକଟରେ ନିବେଦନ କରିଛନ୍ତି। ପ୍ରତ୍ୟେକ ନାଗରିକ ଭଳି ତାଙ୍କୁ ମର୍ଯ୍ୟଦାର ସହ ବଞ୍ଚିବାକୁ ଦିଆଯାଉ ବୋଲି ମଧ୍ୟ ୭ ପୃଷ୍ଟାର ଏତଲାରେ ସେ ଉଲ୍ଲେଖ କରିଛନ୍ତି।

Barsha-Anubhav Controversy