/odisha-reporter/media/post_attachments/uploads/2020/07/vigilance-22000-1.jpg)
vigilance
ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା।
Advertisment
ଡ୍ରାଇଭର ରାଜ କିଶୋର ନାୟକଙ୍କର ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା। କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା। ସେହି ଅର୍ଥରୁ ତାଙ୍କ ବକେୟା ଦରମା କରାଇ ଦେବା ପାଇଁ ସିଡ଼ିପିଓ କହିଥିଲେ। ହେଲେ ଏହି ବକେୟା ଦରମା କରାଇ ଦେବା ପାଇଁ ସେ ରାଜ କିଶୋରକୁ ୩ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏନେଇ ସେ ଜିଜିଲାନ୍ସ ବିଭାଗକୁ କହିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଗତକାଲି ରାଜକିଶୋର ସିଡିପିଓଙ୍କୁ ୩ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ସିଡିପିଓଙ୍କୁ ଗିରଫ କରିବା ସହ ତାଙ୍କ କାର୍କୁ ମଧ୍ୟ ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
