/odisha-reporter/media/post_attachments/uploads/2016/06/paradeep.jpg)
paradeep
ପାରାଦୀପ: ସିଫାର ଏକ ୬ ଜଣିଆ ବିଶେଷଜ୍ଞ ଦଳ ଆଜି ପାରାଦୀପ ବଟନଦୀ ମାଛ ମଡ଼କ ଘଟଣାର ଅନୁଧ୍ୟାନ କରିଛନ୍ତି। ବୈଜ୍ଞାନିକ ପ୍ରିୟବ୍ରତ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଟିମ୍ ଘଟଣାସ୍ଥଳରେ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ମାଛଙ୍କର ମୃତ୍ୟୁ ଘଟିଲା ତାହା ଅନୁଧ୍ୟାନ କରିଥିଲେ। ଏହି ଟିମ୍ ନଦୀର ଜଳ ନମୁନା ସଂଗ୍ରହ କରିଛି। ନଦୀର ଜଳ କେତେ ପରିମାଣେ ଦୂଷିତ ହୋଇଥିଲା ଓ ତାହା ସହିତ ମାଛ ମୃତ୍ୟୁର ସଂପର୍କ ଅଛି ନା ନାହିଁ ସେ ଦିଗରେ ତଦନ୍ତ କରୁଛନ୍ତି ସେମାନେ।
Advertisment
ଅନ୍ୟପକ୍ଷରେ ବଟ ନଦୀ ବିଶୋଧନ କାମ ଆରମ୍ଭ କରାଯାଇଛି। ଏହା ପୂର୍ବରୁ ଗତକାଲି ପାରାଦୀପ ମ୍ୟୁନିସିପାଲିଟି ପକ୍ଷରୁ ମୃତ ମାଛଗୁଡ଼ିକୁ ପାଣିରୁ ବାହାର କରି ଗାତ କରି ପୋତି ଦିଆଯାଇଥିଲା।
ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ପୁନର୍ବାର ନଦୀ ପାଣି ପରୀକ୍ଷା କରାଯାଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ମଧ୍ୟ ପାଣିର ନମୁନା ସଂଗ୍ରହ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
