Advertisment

ଭୁବନେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ କୋଟି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୟୁନିଟ୍-୪ ଓ ଘାଟିକିଆରେ ଯଥାକ୍ରମେ ୨.୧୧ କୋଟି ଓ ୧.୬୭ କୋଟିରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଆମିଷ ବଜାରର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦୁଇ ବଜାରରେ ଯଥାକ୍ରମେ ୧୮ ଓ ୧୨ଟି ସ୍ୱାସ୍ଥ୍ୟପଦ ମାଂସ ପ୍ରସ୍ତୁତି ଓ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

chief-minster

Advertisment

chief-minsterଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ କୋଟି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Advertisment

ୟୁନିଟ୍-୪ ଓ ଘାଟିକିଆରେ ଯଥାକ୍ରମେ ୨.୧୧ କୋଟି ଓ ୧.୬୭ କୋଟିରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଆମିଷ ବଜାରର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦୁଇ ବଜାରରେ ଯଥାକ୍ରମେ ୧୮ ଓ ୧୨ଟି ସ୍ୱାସ୍ଥ୍ୟପଦ ମାଂସ ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ସ୍ଥାପନ କରାଯାଇ ଦୈନିକ ପ୍ରାୟ ୨୦ ହଜାର ଗ୍ରାହକଙ୍କୁ ଉନ୍ନତମାନର ମାଂସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଶିଶୁପାଳଗଡ଼ ପଞ୍ଚାୟତର ଗଙ୍ଗୋତ୍ରୀ ନଗରଠାରେ ୮କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କଂକ୍ରିଟ୍ ରାସ୍ତା ଓ ଡ୍ରେନ୍‌ର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ୱାର ପ୍ରାୟ ତିରିଶ ହଜାର ଲୋକ ଉପକୃତ ହେବେ।

Advertisment

ଲକ୍ଷ୍ମୀସାଗରର ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ ୧୪ଟି ଜଳାଶୟର ପ୍ରସ୍ତାବିତ ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୨୭ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୋଖରୀଗୁଡ଼ିକର ପୁନରୁଦ୍ଧାର ପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ହଜାର ଲୋକ ଉପକୃତ ହୋଇପାରିବେ।

ଇଟିପୁର ପଞ୍ଚାୟତର ଇଟିପୁରଠାରେ ଦୟାନଦୀ ଉପରେ ଧଉଳି-ସୁନ୍ଦରପଦା ବାଇପାସ୍‌ ରାସ୍ତାରେ ନୂଆ ହାଇଲେବଲ୍ ବ୍ରିଜ୍‌ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୬ କୋଟି ୬ ଲକ୍ଷ ବ୍ୟୟ କରାଯିବ।

ପୋଖରୀପୁଟରେ ୧୫ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସହରାଞ୍ଚଳ ଛାତ୍ରୀନିବାସ ‘ଆକାଂକ୍ଷା’ର ଶୁଭ୍ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀ ମନ୍ତ୍ରୀ ଲାଲ୍‌ ବିହାରି ହିମିରିକା କହିଛନ୍ତି,“ଏହି ଛାତ୍ରୀ ନିବାସରେ  ୫୦୦ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଝିଅଙ୍କ ରହିବାର ସୁବିଧା କରାଯାଇଛି। ୮୦ ପ୍ରତିଶତ ଏସ୍‌ଟି ଓ ୨୦ ପ୍ରତିଶତ ଏସ୍‌ସି ଛାତ୍ରୀ ଏଠାରେ ରହିବେ। ମାଟ୍ରିକ୍ ପାସ୍ କରିବା ପରେ ଆଦିବାସୀ ଛାତ୍ରୀମାନେ ଯୁକ୍ତ ଦୁଇରୁ ବୈଷୟିକ ଶିକ୍ଷା ସମାପ୍ତ ଯାଏଁ ଏଠି ରହି ପାଠ ପଢ଼ିପାରିବେ। ସେହିପରି ଆଦିବାସୀ ଛାତ୍ରମାନଙ୍କ ପାଇଁ ମଧ୍ୟ କଳିଙ୍ଗ ବିହାରରେ ଏକ ଅନୁରୂପ ବ୍ୟବସ୍ଥା କରାଯାଇଛି। ଦୁଇ ମାସ ଭିତରେ ଏହି ଛାତ୍ରନିବାସର ଏହାର ଉଦ୍‌ଘାଟନ କରାଯିବ।”

ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି,“ ୟୁନିଟ୍-୪ ଓ ଘାଟିକିଆରେ ଅତ୍ୟାଧୁନିକ ଆମିଷ ବଜାରର ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଛି। ଏଥିପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ସହିତ ଏବେ ଜଳାଶୟଗୁଡ଼ିକର ମଧ୍ୟ ପୁନରୁଦ୍ଧାର କରାଯାଉଛି। ଆମେ ଦୁଇଟି ଲେକ୍ ଜୋନ୍  କରିବାକୁ ଯାଉଛୁ। ଗୋଟିଏ ଲେକ୍‌ ଜୋନ୍ ଚିନ୍ତାମଣିଶ୍ୱରରେ ଓ ଅନ୍ୟ ଗୋଟିଏ କପିଳେଶ୍ୱର ଏବଂ ସୁନ୍ଦରପଦା ମଧ୍ୟରେ କରାଯିବ। ଲେକ୍‌ ଜୋନ୍‌ରେ ସବୁଜ ବଳୟ ସୃଷ୍ଟି କରାଯିବ। ଛୋଟ ପିଲାମାନଙ୍କ ପାଇଁ ଖେଳିବାର ବ୍ୟବସ୍ଥା କରାଯିବ। ତା’ସହିତ ଲୋକମାନଙ୍କ ପାଇଁ ଜିମ୍, ବୋଟିଂର ମଧ୍ୟ ବ୍ୟବସ୍ଥା କରାଯିବ। ଦୂଷିତ ପାଣି ଯିବା ପାଇଁ ସ୍ୱତନ୍ତ୍ର  ଡ୍ରେନ୍ କରାଯିବ। ଚିନ୍ତାମଣିଶ୍ୱର ଠାରେ ହେବାକୁ ଥିବା ଲେକ୍ ଜୋନ୍ ପାଇଁ ସାଢ଼େ ୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ କପିଳେଶ୍ୱର ଲେକ୍‌ ଜୋନ୍ ପାଇଁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ନୂଆପଲ୍ଲୀ, ଜାଗମରା, ପଟିଆ, ଚକେଇ ସିଆଣି ଓ ପାହାଳ ଅଞ୍ଚଳରେ ଥିବା ୧୨ଟି ପୋଖରୀକୁ ପୁନରୁଦ୍ଧାର କରାଯିବ। ଏଥିପାଇଁ ୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe