/odisha-reporter/media/post_attachments/uploads/2016/02/temperature_climbing_high-621x330-300x1591.jpg)
temperature_climbing_high-621x330-300x159
ଭୁବନେଶ୍ୱର: ଲଗାତାର ତୃତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ଭାବେ ରହିଛି। ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଗୁରୁବାର ରାଜଧାନୀର ତାପମାତ୍ରା ୩୯.୨ ଡିଗ୍ରୀ ଥିବା ବେଳେ ଶୁକ୍ରବାର ୩୯.୩ ଡିଗ୍ରୀ ସେଲସିୟସ ଥିଲା।
Advertisment
ସେହିପରି ଅନୁଗୋଳ ତାପମାତ୍ରା ୩୯.୧, ମାଲକାନଗିରି ଓ ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି। ତାଳଚେରର ତାପମାତ୍ରା ୩୮.୮ ଥିବା ବେଳେ ଚାନ୍ଦବାଲି ୩୮.୨ ଡିଗ୍ରୀ ରହିଛି। ଟିଟିଲାଗଡ଼, କଟକ ଓ ବଲାଙ୍ଗିର ତାପମାତ୍ରା ୩୮ ଡିଗ୍ରୀ ରହିଛି। ହୀରାକୁଦ ୩୭.୬, ବାଲେଶ୍ୱର, ଝାରସୁଗୁଡା, ବାରପଦା ୩୭.୫, ସୋନୁପୁର ୩୭.୨, କେନ୍ଦୁଝର ୩୬.୭, ସମ୍ୱଲପୁର ୩୬.୧, ସୁନ୍ଦରଗଡ଼ ୩୬ ଡିଗ୍ରୀ ସେଲସିୟସ ରହିଛି। ସେହିପରି ଫୁଲବାଣୀ ୩୫.୮, ଗୋପାଳପୁର ୩୩, ପାରଦୀପ ୩୨.୯, ପୁରୀ ୩୨.୫, କୋରାପୁଟର ତାପମାତ୍ରା ୩୧.୬ ଡିଗ୍ରୀ ସେଲସିୟସ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
