ଅଶୋକା ମାର୍କେଟର ଉଚ୍ଛେଦ କାମ ଆରମ୍ଭ: ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ରାସ୍ତାରୋକ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅଶୋକା ମାର୍କେଟର ଉଚ୍ଛେଦ କାମ ଆରମ୍ଭ ହୋଇଛି। ବିଡିଏ ପକ୍ଷରୁ ଆଜି ବିଦ୍ୟୁତ୍ ଓ ଜଳ ସଂଯୋଗକୁ କାଟି ଦିଆଯାଇଛି। ଏହାସହିତ ମାର୍କେଟର ଚାରିପାଖ ଖୋଳି ଦିଆଯାଇଛି।
ବିନା ନୋଟିସ୍ରେ ପାଣି ଓ ବିଜୁଳି କାଟିଥିବା ଅଭିଯୋଗ କରି ଅଶୋକା ମାର୍କେଟ୍ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏନେଇ ସଂଘ ପକ୍ଷରୁ ଅଶୋକା ମାର୍କେଟ୍ ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।