Advertisment

ଚିଟ୍ ଫଣ୍ଡ୍ ଠକେଇ: 'ଭିଷ୍ଟା'ର ପରିଚାଳନା ନିର୍ଦ୍ଦେଶକ ଦେବ କୁମାର ପଣ୍ଡା ଗିରଫ

ଭୁବନେଶ୍ୱର: ଚିଟ୍ ଫଣ୍ଡ ସଂସ୍ଥା ଭିଷ୍ଟା ଗୃପର ପରିଚାଳନା ନିଦ୍ଦେର୍ଶକ ଦେବ କୁମାର ପଣ୍ଡା ଗିରଫ ହୋଇଛନ୍ତି। ଭୁବନେଶ୍ୱର ରେଳେଷ୍ଟସନରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ। କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି। ଗରିଫ ହୋଇଥିବା ଦେବକୁମାର ଭୁବନେଶ୍ୱରରୁ ଏକ ଟ୍ରେନରେ ଭିଶାଖାପାଟଣାକୁ ଯାଉଥିଲେ। ସେଠାରୁ ସେ କୁଆଲାଲମପୁରକୁ ଯାଇଥାନ୍ତେ। ଏନେଇ ପୂର୍ବରୁ ଖବର ପାଇଥିଲା ଇଓଡ୍ଲୁ । ଦେବକୁମାର ପଣ୍ଡାଙ୍କୁ ଧରିବାକୁ ସକାଳୁ ସାଧା ପୋଷାକରେ ଥିବା କିଛି […]

ଅଦ୍ୟତନ ହୋଇଛି
ଚିଟ୍ ଫଣ୍ଡ୍ ଠକେଇ: 'ଭିଷ୍ଟା'ର ପରିଚାଳନା ନିର୍ଦ୍ଦେଶକ ଦେବ କୁମାର ପଣ୍ଡା ଗିରଫ

debkumar

Advertisment

ଭୁବନେଶ୍ୱର: ଚିଟ୍ ଫଣ୍ଡ ସଂସ୍ଥା ଭିଷ୍ଟା ଗୃପର ପରିଚାଳନା ନିଦ୍ଦେର୍ଶକ ଦେବ କୁମାର ପଣ୍ଡା ଗିରଫ ହୋଇଛନ୍ତି। ଭୁବନେଶ୍ୱର ରେଳେଷ୍ଟସନରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ। କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି। ଗରିଫ ହୋଇଥିବା ଦେବକୁମାର ଭୁବନେଶ୍ୱରରୁ ଏକ ଟ୍ରେନରେ ଭିଶାଖାପାଟଣାକୁ ଯାଉଥିଲେ। ସେଠାରୁ ସେ କୁଆଲାଲମପୁରକୁ ଯାଇଥାନ୍ତେ। ଏନେଇ ପୂର୍ବରୁ ଖବର ପାଇଥିଲା ଇଓଡ୍ଲୁ । ଦେବକୁମାର ପଣ୍ଡାଙ୍କୁ ଧରିବାକୁ ସକାଳୁ ସାଧା ପୋଷାକରେ ଥିବା କିଛି ଅଧୀକାରୀ ତୀକ୍ଷ୍ନ ନଜର ରଖିଥିଲେ। ସେ ଟ୍ରେନରେ ଚଢିବା ପୂର୍ବରୁ ତାଙ୍କୁ ଇଓଡ୍ଲୁ କାବୁ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ ପଚରାଉଚରା ପାଇଁ ରିମାଣ୍ଡ ନିଆଯିବ। ଏଥିରେ କେବଳ ସିଏମଡି ସମ୍ପୃକ୍ତ ରହିବା ସହିତ ସ କମ୍ପାନୀର ବହୁ ନିର୍ଦ୍ଦେଶକ ମଧ୍ୟ ରହିଥିବା ଇଓଡ୍ଲୁ ସନ୍ଦେହ କରୁଛି। ଗିରଫବେଳେ ଦେବଙ୍କଠାରୁ ଭିସା ଏବଂ ସିଙ୍ଗ।ପୁରର ମୁଦ୍ରା ଜବତ କରାଯାଇଛି। ଭିଷ୍ଟା କମ୍ପାନୀ ବିରୋଧରେ କଳାହାଣ୍ଡି ଏବଂ ବଲାଙ୍ଗୀରରେ ଜମାକାରୀଙ୍କଠାରୁ ୫୦ କୋଟି ଟଙ୍କ। ହଡ଼ପ କରିଥିବା ଅଭିଯୋଗ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe