Advertisment

କିପରି କରିବେ ‘ଫୋନି’ର ମୁକାବିଲା, ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ଆଡକୁ ମାଡ଼ି ଆସୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଶୁକ୍ରବାର ଏହା ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କି.ମି. ରହିପାରେ। ତେବେ କିପରି କରିବେ, ବାତ୍ୟାର ମୁକାବିଲା, ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏ ସମ୍ପର୍କରେ। –ଭୟଭୀତ ନ ହୋଇ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ। ନିରାପଦ ସ୍ଥାନକୁ ଯଥେଷ୍ଟ ପୂର୍ବରୁ ପଳାଇ […]

ଅଦ୍ୟତନ ହୋଇଛି
କିପରି କରିବେ ‘ଫୋନି’ର ମୁକାବିଲା, ଜାଣିଛନ୍ତି କି ?

puri...

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ଆଡକୁ ମାଡ଼ି ଆସୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଶୁକ୍ରବାର ଏହା ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କି.ମି. ରହିପାରେ। ତେବେ କିପରି କରିବେ, ବାତ୍ୟାର ମୁକାବିଲା, ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏ ସମ୍ପର୍କରେ।

Advertisment

-ଭୟଭୀତ ନ ହୋଇ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ। ନିରାପଦ ସ୍ଥାନକୁ ଯଥେଷ୍ଟ ପୂର୍ବରୁ ପଳାଇ ଯାଆନ୍ତୁ। ଯଦି ଆପଣଙ୍କ ଅଞ୍ଚଳରେ ବାତ୍ୟା ମାଡ଼ ହେବାର ଆଶଙ୍କା ରହିଛି, ତା’ ହେଲେ ଘର ଭିତରେ ରୁହନ୍ତୁ। ବାତ୍ୟା ସମୟରେ ନିରାପଦ ସ୍ଥାନରେ ରହିବା ଭଲ। କଚ୍ଚା କିମ୍ବା ପୁରୁଣା କୋଠା ଘରେ ରହିବା ଉଚିତ ନୁହେଁ।

- ନିୟମିତ ଭାବେ ଟିଭି ଓ ରେଡିଓରୁ ଖବର ଜାଣନ୍ତୁ। ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।

Advertisment

- ବାତ୍ୟା ସମୟରେ ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ।

-ସମୁଦ୍ର ନିକଟବର୍ତ୍ତି ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଉଚ୍ଚ ସ୍ଥାନରେ ରହିଥିବା ଆଶ୍ରୟ ସ୍ଥଳକୁ ଚାଲି ଆସିବା ଦରକାର।

- ବାତ୍ୟା ସମୟରେ ନିଜ ପାଖରେ ଅତିକମ୍‌ରେ ୫ ଦିନ ପାଇଁ ଶୁଖିଲା ଖାଦ୍ୟ ରଖନ୍ତୁ। ଆବଶ୍ୟକ ଔଷଧ ନିଜ ପାଖରେ ରଖନ୍ତୁ। ଛୋଟ ପିଲା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଔଷଧ ପାଖରେ ରଖନ୍ତୁ।

- ବାତ୍ୟା ସମୟରେ ଯଦି ଆପଣ ବାହାରେ ଅଛନ୍ତି, ତା’ହେଲେ କୌଣସି ବିଦ୍ୟୁତ ଖୁଣ୍ଡ କିମ୍ବା ଗଛ ପାଖକୁ ଯାଆନ୍ତୁ ନାହିଁ।

-ବାତ୍ୟାର ପ୍ରକୋପ ଜାରି ଥିବାବେଳେ ଟ୍ରେନ୍‌, ବସ୍‌, କାର୍‌ କିମ୍ବା, ବାଇକ୍‌ରେ ଯାତ୍ରା କରିବା ବିପଦ ପୂର୍ଣ୍ଣ ହୋଇପାରେ।

-  ଏହି ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ହେବାର  ଆଶଙ୍କା ରହିଛି। ତେଣୁ ମହମବତୀ ଓ ଦିଆସିଲି ପାଖରେ ରଖିବେ। ଏମର୍ଜେନ୍ସି ଲାଇଟ୍‌ ଚାର୍ଜ କରି ରଖନ୍ତୁ। ଟର୍ଚ୍ଚ ଲାଇଟ୍‌ ଓ ଯଥେଷ୍ଟ ବ୍ୟାଟେରୀ ମଧ୍ୟ ପାଖରେ ରଖିବା ଦରକାର। ଏଥିସହ ମୋବାଇଲ୍‌କୁ ଫୁଲ୍‌ ଚାର୍ଜରେ ରଖନ୍ତୁ।

- ବାତ୍ୟା ପରେ ବନ୍ୟା ହେବାର ଆଶଙ୍କା ରହିଛି। ଏଥିପାଇଁ ପାଣି ସମସ୍ୟା ଦେଖା ଯାଇପାରେ। ତେଣୁ ପିଇବା ଓ ବ୍ୟବହାର ପାଇଁ ଯଥେଷ୍ଟ ପରିମାଣର ପାଣି ନିଜ ପାଖରେ ରଖନ୍ତୁ।

-ବାତ୍ୟା ପରେ ଭାଙ୍ଗି ଯାଇଥିବା ଘର ମଧ୍ୟକୁ ଯାଆନ୍ତୁ ନାହିଁ କିମ୍ବା ରାସ୍ତାରେ ପଡ଼ିଥିବା ତାରକୁ ଛୁଅନ୍ତୁ ନାହିଁ।

-ବାତ୍ୟା ସମୟରେ ଜୋର୍‌ରେ ପବନ ବହିବ। ତେଣୁ ଫୁଲ କୁଣ୍ଡ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ଛାତ କିମ୍ବା ଉଚ୍ଚ ସ୍ତାନରେ ରଖନ୍ତୁ ନାହିଁ।

-ଜରୁରୀକାଳିନ ଫାଷ୍ଟ୍ ଏଡ୍ କିଟ୍ ପ୍ରସ୍ତୁତ ରଖନ୍ତୁ

-ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସୁରକ୍ଷିତ ସ୍ଥାନରେ ରଖନ୍ତୁ

-ଘରକୁ ସୁରକ୍ଷା ଦିଅନ୍ତୁ

-କୌଣସି ଧାରୁଆ ଅସ୍ତ୍ରକୁ ଖୋଲା ରଖନ୍ତୁ ନାହିଁ

-ଗୃହପାଳିତ ପଶୁଙ୍କୁ  ଏଣେତେଣେ ଛାଡ଼ନ୍ତୁ ନାହିଁ

- ବାତ୍ୟା ପୂର୍ବରୁ ଆସନ୍ନ ପ୍ରସବା ମହିଲାଙ୍କୁ ମେଡିକାଲ୍‌କୁ ନେଇ ଯାଆନ୍ତୁ।

-ଭୟଭୀତ ନ ହୋଇ ଫୋନିରୁ ସତର୍କ ରହିବାକୁ ସାରା ଭାରତବାସୀଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଭୀତ ନ ହୋଇ ସତର୍କ ରହିବାକୁ ସାରା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe