/odisha-reporter/media/post_attachments/uploads/2022/09/Loot-in-Mo-Bus.jpg)
Loot in Mo Bus
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଉଁ ଉପାୟରେ ଲୁଟେରାମାନେ ମୋ ବସ୍ରୁ ଯାତ୍ରୀମାନଙ୍କ ଠାରୁ ଲୁଟ୍ କରୁଛନ୍ତି, ଆଜି ତା’ର ପର୍ଦ୍ଦାଫାସ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ଏକ ସମ୍ବାଦିକ ସମ୍ମିଳନୀରେ ଡିସିପି କହିଛନ୍ତି, ମୋ ବସ୍ରୁ ଚୋରି ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ସେମାନେ ହେଲେ କଟକ ବିଡ଼ାନାସୀର ନିକୁଞ୍ଜ ସାମନ୍ତରାୟ, ମଙ୍ଗଳବାଗର ସେଖ୍ ମୁନା, ହଲିମ ଖାନ, ସେକ୍ ସୁଲତାନ, ଢେଙ୍କାନାଳର ପ୍ରଫୁଲ୍ଲ ବାରିକ ଏବଂ ପୁରୀର ଦୁର୍ଯ୍ୟୋଧନ ମହାପାତ୍ର ଓ ସେଖ୍ ଫିରୋଜ। ଏମାନେ ମୋ ବସ୍ରେକୃତ୍ରିମ ଭିଡ଼ ସୃଷ୍ଟିକରିଲୁଟ୍ କରୁଥିଲେ।
ଡିସିପିଙ୍କ ସୂଚନା ଅନୁଯାୟୀ, ଏହି ଲୁଟେରା ଗ୍ୟାଙ୍ଗ କଟକ-ଭୁବନେଶ୍ୱର ରୁଟ୍ରେଚାଲୁଥିବା ବସ୍ଗୁଡ଼ିକୁ ଟାର୍ଗେଟ କରୁଥିଲେ। ସେମାନେ ବରମୁଣ୍ଡାରୁ ମୋ ବସ୍ରେ ଚଢ଼ି କଟକରେ ଓହ୍ଲାଉଥିଲେ। ସମସ୍ତେ ଗୋଟିଏ ବସ୍ରେ ହିଁଚଢୁଥିଲେ। ବସ୍ରେ ଭିଡ଼ ଥିଲେ ଏହି ୭ ଜଣ ତା’ର ସୁଯୋଗ ନେଇ ଟାର୍ଗେଟ କରିଥିବା ଯାତ୍ରୀଙ୍କୁ ଘେରି ଠିଆ ହେଉଥିଲେ। ଆଉ ମଉକା ଦେଖି ତାଙ୍କ ପାଖରୁ ଟଙ୍କା ଓ ମୋବାଇଲ୍ ଆଦି ଲୁଟ୍ କରୁଥିଲେ। ଗିରଫ ୭ ଅଭିଯୁକ୍ତଙ୍କ ନାଁରେ ୬ଟି ମାମଲା ରହିଛି। ସେମାନଙ୍କ ଠାରୁ ନଗଦ ୫୭ ହଜାର ଟଙ୍କା ଓ ୯ଟି ମୋବାଇଲ୍ ଜବତ କରାଯାଇଛି।
କିଛି ଦିନ ତଳେ ମୋ ବସ୍ରେ ୪୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ବିରଞ୍ଚି ନାରାୟଣସେଠୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ନୟାପଲ୍ଲୀ ଥାନାର ଟିମ୍ ଓ ସ୍ପେଶାଲ ସ୍କ୍ୱାଡ୍ ଘଟଣାର ତଦନ୍ତ କରି ଏହି ଲୁଟେରା ଗ୍ୟାଙ୍ଗଙ୍କୁ ଧରିଥିଲେ।ଅନ୍ୟ ଗ୍ୟାଙ୍ଗଗୁଡ଼ିକୁଚିହ୍ନଟ ନେଇ ଉଦ୍ୟମ ଜାରି ରହିଛି ବୋଲି ଡିସିପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
