ମୋ ବସ୍‌ରେ ଯାଉଥିଲେ ସା‍ବଧାନ! ଏପରି ଉପାୟରେ ଲୁଟ୍‌ କରୁଛନ୍ତି ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଉଁ ଉପାୟରେ ଲୁଟେରାମାନେ ମୋ ବସ୍‌ରୁ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ କରୁଛନ୍ତି, ଆଜି ତା’ର ପର୍ଦ୍ଦାଫାସ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ଏକ ସମ୍ବାଦିକ ସମ୍ମିଳନୀରେ ଡିସିପି କହିଛନ୍ତି, ମୋ ବସ୍‌ରୁ ଚୋରି ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ସେମାନେ ହେଲେ କଟକ ବିଡ଼ାନାସୀର ନିକୁଞ୍ଜ ସାମନ୍ତରାୟ, ମଙ୍ଗଳବାଗର ସେଖ୍ ମୁନା, ହଲିମ ଖାନ, ସେକ୍ ସୁଲତାନ, ଢେଙ୍କାନାଳର ପ୍ରଫୁଲ୍ଲ ବାରିକ ଏବଂ ପୁରୀର ଦୁର୍ଯ୍ୟୋଧନ ମହାପାତ୍ର ଓ […]

Loot in Mo Bus

  • Published: Tuesday, 20 December 2022
  • , Updated: 20 December 2022, 03:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଉଁ ଉପାୟରେ ଲୁଟେରାମାନେ ମୋ ବସ୍‌ରୁ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ କରୁଛନ୍ତି, ଆଜି ତା’ର ପର୍ଦ୍ଦାଫାସ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ଏକ ସମ୍ବାଦିକ ସମ୍ମିଳନୀରେ ଡିସିପି କହିଛନ୍ତି, ମୋ ବସ୍‌ରୁ ଚୋରି ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ସେମାନେ ହେଲେ କଟକ ବିଡ଼ାନାସୀର ନିକୁଞ୍ଜ ସାମନ୍ତରାୟ, ମଙ୍ଗଳବାଗର ସେଖ୍ ମୁନା, ହଲିମ ଖାନ, ସେକ୍ ସୁଲତାନ, ଢେଙ୍କାନାଳର ପ୍ରଫୁଲ୍ଲ ବାରିକ ଏବଂ ପୁରୀର ଦୁର୍ଯ୍ୟୋଧନ ମହାପାତ୍ର ଓ ସେଖ୍‌ ଫିରୋଜ। ଏମାନେ ମୋ ବସ୍‌ରେ କୃତ୍ରିମ ଭିଡ଼ ସୃଷ୍ଟିକରି ଲୁଟ୍‌ କରୁଥିଲେ। 

ଡିସିପିଙ୍କ ସୂଚନା ଅନୁଯାୟୀ, ଏହି ଲୁଟେରା ଗ୍ୟାଙ୍ଗ କଟକ-ଭୁବନେଶ୍ୱର ରୁଟ୍‌ରେ ଚାଲୁଥିବା ବସ୍‌ଗୁଡ଼ିକୁ ଟାର୍ଗେଟ କରୁଥିଲେ। ସେମାନେ ବରମୁଣ୍ଡାରୁ ମୋ ବସ୍‌ରେ ଚଢ଼ି କଟକରେ ଓହ୍ଲାଉଥିଲେ। ସମସ୍ତେ ଗୋଟିଏ ବସ୍‌ରେ ହିଁ ଚଢୁଥିଲେ ବସ୍‌ରେ ଭିଡ଼ ଥିଲେ ଏହି ୭ ଜଣ ତା’ର ସୁଯୋଗ ନେଇ ଟାର୍ଗେଟ କରିଥିବା ଯାତ୍ରୀଙ୍କୁ ଘେରି ଠିଆ ହେଉଥିଲେ। ଆଉ ମଉକା ଦେଖି ତାଙ୍କ ପାଖରୁ ଟଙ୍କା ଓ ମୋବାଇଲ୍ ଆଦି ଲୁଟ୍ କରୁଥିଲେ। ଗିରଫ ୭ ଅଭିଯୁକ୍ତଙ୍କ ନାଁରେ ୬ଟି ମାମଲା ରହିଛି ସେମାନଙ୍କ ଠାରୁ ନଗଦ ୫୭ ହଜାର ଟଙ୍କା ଓ ୯ଟି ମୋବାଇଲ୍ ଜବତ କରାଯାଇଛି।

କିଛି ଦିନ ତଳେ ମୋ ବସ୍‌ରେ ୪୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ବିରଞ୍ଚି ନାରାୟଣ ସେଠୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ  ନୟାପଲ୍ଲୀ ଥାନାର ଟିମ୍‌ ଓ ସ୍ପେଶାଲ ସ୍କ୍ୱାଡ୍‌ ଘଟଣାର ତଦନ୍ତ କରି ଏହି ଲୁଟେରା ଗ୍ୟାଙ୍ଗଙ୍କୁ ଧରିଥିଲେ। ଅନ୍ୟ ଗ୍ୟାଙ୍ଗଗୁଡ଼ିକୁ ଚିହ୍ନଟ ନେଇ ଉଦ୍ୟମ ଜାରି ରହିଛି ବୋଲି ଡିସିପି କହିଛନ୍ତି।

Related story