ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ: କରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ, ଟାର୍ଗେଟରେ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଥିବାବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ଆଶଙ୍କା ବ୍ୟକ୍ତ କରିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାର ତୃତୀୟ ଲହରରେ ବିଶେଷକରି ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେଥିପାଇଁ ଆବଶ୍ୟକ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, […]

covid-child

covid-child

Ordigital Desk
  • Published: Thursday, 12 August 2021
  • Updated: 12 August 2021, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଥିବାବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ଆଶଙ୍କା ବ୍ୟକ୍ତ କରିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାର ତୃତୀୟ ଲହରରେ ବିଶେଷକରି ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେଥିପାଇଁ ଆବଶ୍ୟକ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସବୁ ମେଡିକାଲ କଲେଜ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳମାନେ ଏନେଇ ସପ୍ତାହକ ମଧ୍ୟରେ ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ୦ରୁ ୧୮ବର୍ଷ ବୟସର ପିଲାମାନେ ଏପର୍ଯ୍ୟନ୍ତ କୋଭିଡ୍ ଟିକା ନେଇନାହାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ସମ୍ଭାବ୍ୟ କୋଭିଡ୍ ତୃତୀୟ ଲହରରେ ଏହି ବୟସ ବର୍ଗ ଅଧିକ ସଂକ୍ରମିତ ହେବାର ଆଶଙ୍କା ଅଛି।

ତେଣୁ ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବା ସହ ଭିତ୍ତିଭୂମି ବଢ଼ାଇବାକୁ ପଡ଼ିବ। ଏହାସହିତ କେତେକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ଲହରର ସଠିକ ତଦାରଖ ଓ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରରେ ଟାସ୍କ ଫୋର୍ସ ଗଠନ ସହ ସେଥିରେ ସିଡିଏମଓ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ, ଆନେନ୍ଥେସିଆ ବିଶେଷଜ୍ଞ, ୟୁଏନ/ଡବ୍ଲ୍ୟୁଏଚଓ ଅଧିକାରୀ ଓ ଅନ୍ୟମାନଙ୍କୁ ସଦସ୍ୟ ରଖିବାକୁ କହିଛି। ଏହି କମିଟି ଆବଶ୍ୟକ ପଦକ୍ଷେପ ନେବା ସହ ଚିକିତ୍ସା ଭିତ୍ତିଭୂମିରେ ରହୁଥିବା ସମସ୍ୟାକୁ ଦୂର କରାଇବ।

ଏହାସହିତ ଶିଶୁମାନଙ୍କ ସହ ଜଡ଼ିତ ସମସ୍ତ ଆଇଏଲଆଇ/ଏସଏଆରଆଇ ମାମଲାଗୁଡ଼ିକ ପଞ୍ଜିକୃତ ହେବା ସହ ୦ରୁ ୧୮ବର୍ଷ ବୟସର ପିଲାଙ୍କଠୁ ସ୍ୱାବ ସଂଗ୍ରହ କରି ସେଗୁଡ଼ିକର ଆରଟିପିସିଆର ପରୀକ୍ଷା ନିଶ୍ଚିତ କରାଇବାକୁ କୁହାଯାଇଛି । ଅସୁସ୍ଥ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବା ନିମନ୍ତେ ଆରଟିପିସିଆର ରିପୋର୍ଟ ରହିବା ବାଧ୍ୟତାମୂଳକ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପିଲାଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସମସ୍ତ ଆଇସିୟୁ, ପିଆଇସିୟୁ, ଏନଆଇସିୟୁ ବେଡ୍ ସଂଖ୍ୟାର ୫୦ ପ୍ରତିଶତ ପିଲାମାନଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ। ଏହାସହିତ ଅଧିକ ଭିତ୍ତିଭୂମି କ୍ଷମତା ବୃଦ୍ଧି ନିମନ୍ତେ ପଦକ୍ଷେପ ନେବବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ରାଜ୍ୟ ସରକାର ଏବେ ୩ହଜାର ବେଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସଂକ୍ରମଣ ପରିମାଣର ୧୦ହଜାର ହେଲେ ୬୦୦ ପେଡିଆଟ୍ରିକ ବେଡ୍ ଆବଶ୍ୟକ ପଡ଼ିବ। ରାଜ୍ୟରେ ଅକ୍ସିଜେନର ସମସ୍ୟା ନାହିଁ। ସବୁ ହସ୍ପିଟାଲରେ ଲିକ୍ୱିଡ୍ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟ ଚାଲିଛି। ଏହା ଦ୍ୱାରା ଆଉ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସିଲିଣ୍ଡିରର ଆବଶ୍ୟକ ପଡ଼ିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story