Advertisment

ଶୌଚ ପାଇଁ ଯାଉଥିଲେ, ଭାଲୁ ହାବୁଡ଼ରେ ପଡ଼ିଗଲେ

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ବାଗଲୋରା ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମନଧର ମାଝି। ଆଜି ସକାଳେ ମନଧର ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ସେ ୩ଟି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତେବେ ମନଧରଙ୍କ ଏକ ପୋଷା କୁକୁର ଦୌଡ଼ି ଆସି ଭାଲୁଙ୍କୁ ଘୋଉଡ଼ାଇ ଦେଇଥିଲା। ପରେ ଗାଁ […]

ଅଦ୍ୟତନ ହୋଇଛି
ଶୌଚ ପାଇଁ ଯାଉଥିଲେ, ଭାଲୁ ହାବୁଡ଼ରେ ପଡ଼ିଗଲେ

nuapada

Advertisment

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ବାଗଲୋରା ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମନଧର ମାଝି।

Advertisment

ଆଜି ସକାଳେ ମନଧର ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ସେ ୩ଟି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତେବେ ମନଧରଙ୍କ ଏକ ପୋଷା କୁକୁର ଦୌଡ଼ି ଆସି ଭାଲୁଙ୍କୁ ଘୋଉଡ଼ାଇ ଦେଇଥିଲା।

ପରେ ଗାଁ ଲୋକେ ସୂଚନା ପାଇ ତାଙ୍କୁ ନିକଟସ୍ଥ ବୋଡ଼େନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭାଲୁ ମନଧରଙ୍କ ହାତ, ଜଂଘ ଓ ପିଠିକୁ କ୍ଷତାକ୍ତ କରି ଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe