Advertisment

ପଣସ ଖାଇବାକୁ ଆସି ଜୀବନ ହାରିଲା ଭାଲୁ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପଣସ ଖାଇବାକୁ ଆସି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏକ ଭାଲୁର ମୃତ୍ୟୁ ଘଟିଛି। ଘଟଣା ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ବିନ୍ଦୁପୁରଗାଁରେ ଘଟିଛି । ମୃତ ଭାଲୁର ବୟସ ୭ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଭାଲୁଟି ବିନ୍ଦୁପୁର ଗାଁ ପାଖରେ ଥିବା ଏକ ପଣସ ଗଛକୁ  ଖାଇବାକୁ ଆସିଥିଲା। ହେଲେ ରାତିରେ ପବନ ହେବାରୁ ୧୧ କେଭି ବିଦ୍ୟୁତ୍‌ ତାର ନଇଁ ପଡ଼ି […]

ପଣସ ଖାଇବାକୁ ଆସି ଜୀବନ ହାରିଲା ଭାଲୁ

beear

Advertisment

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପଣସ ଖାଇବାକୁ ଆସି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏକ ଭାଲୁର ମୃତ୍ୟୁ ଘଟିଛି। ଘଟଣା ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ବିନ୍ଦୁପୁରଗାଁରେ ଘଟିଛି । ମୃତ ଭାଲୁର ବୟସ ୭ ବର୍ଷ ବୋଲି ଜଣାପଡ଼ିଛି।

Advertisment

ଗତକାଲି ବିଳମ୍ୱିତ ରାତିରେ ଭାଲୁଟି ବିନ୍ଦୁପୁର ଗାଁ ପାଖରେ ଥିବା ଏକ ପଣସ ଗଛକୁ  ଖାଇବାକୁ ଆସିଥିଲା। ହେଲେ ରାତିରେ ପବନ ହେବାରୁ ୧୧ କେଭି ବିଦ୍ୟୁତ୍‌ ତାର ନଇଁ ପଡ଼ି ତଳେ ଝୁଲି ରହିଥିଲା। ଭାଲୁଟି ବିଦ୍ୟୁତ୍ ତାରଟିକୁ ପାଟିରେ ପୂରାଇ ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ କହିଛି।  ବନ ବିଭାଗ ଭାଲୁର ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe