Advertisment

ଘରେ ପଶିଲା ଭାଲୁ

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଦୋଗଡା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଏକ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତକାଲି ରାତିରେ ଏକ ଭାଲୁ ଗାଁର ବୈକୁଣ୍ଠ ମହାନ୍ତିଙ୍କ ବାଡିପଟ ଦେଇ ଘର ଭିତରକୁ ପଶି ଆସିଥିଲା। ଭାଲୁକୁ ଦେଖି ପରିବାର ଲୋକେ ଭୟରେ ଘରୁ ପଦାକୁ ଦୌଡ଼ିି ଆସିଥିଲେ। କିଛି ସମୟ ପରେ ଗାଁର କିଛି ଯୁବକ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ […]

ଘରେ ପଶିଲା ଭାଲୁ

beer

Advertisment

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଦୋଗଡା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଏକ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତକାଲି ରାତିରେ ଏକ ଭାଲୁ ଗାଁର ବୈକୁଣ୍ଠ ମହାନ୍ତିଙ୍କ ବାଡିପଟ ଦେଇ ଘର ଭିତରକୁ ପଶି ଆସିଥିଲା। ଭାଲୁକୁ ଦେଖି ପରିବାର ଲୋକେ ଭୟରେ ଘରୁ ପଦାକୁ ଦୌଡ଼ିି ଆସିଥିଲେ।

Advertisment

କିଛି ସମୟ ପରେ ଗାଁର କିଛି ଯୁବକ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଘର ଭିତରୁ ବାହାର କରିଦେଇଥିଲେ। ନିକଟରେ ଥିବା ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ଆସି ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ତେବେ ବନ୍ୟ ଜନ୍ତୁଙ୍କ ଉପରେ ବନବିଭାଗ ନଜର ରଖିଥିବା ସ୍ଥାନୀୟ ଫରେଷ୍ଟର କହିଛନ୍ତି।

Anandapur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe