Advertisment

ଚାକିରି ନସରୁଣୁ ପୁନଃ ନିଯୁକ୍ତି: ଶ୍ୟାମଭକ୍ତ ମିଶ୍ର ଓପିଏସସି ସଦସ୍ୟ

ପ୍ରଶାସନରେ ପ୍ରଫେସନାଲଙ୍କୁ ନିଯୁକ୍ତି ଓ ‘ଫାଇଭ-ଟି’କୁ କାର୍ଯ୍ୟକ୍ଷମ କରାଇ ରାଜ୍ୟବାସୀଙ୍କୁ ତ୍ୱରିତ୍ ସେବା ପ୍ରଦାନ ନିମନ୍ତେ ଭାଷଣବାଜି କରୁଥିବା ରାଜ୍ୟ ସରକାର ଏବେ ‘ଓଡ଼ିଶା ଲୋକସେବା ଆୟୋଗ’କୁ ଅବସରପ୍ରାପ୍ତ ଅଫିସରମାନଙ୍କ ଥଇଥାନ କେନ୍ଦ୍ରରେ ପରିଣତ କରିଛନ୍ତି ।

ଅଦ୍ୟତନ ହୋଇଛି
LokaSebha Bhaban

LokaSebha Bhaban

Advertisment

ସରକାରୀ ଚାକିରୀ ସରିବାକୁ ଆହୁରି ୫ମାସ ବାକି ଥିବାବେଳେ ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସର ଶ୍ୟାମଭକ୍ତ ମିଶ୍ରଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିଛନ୍ତି । ଶ୍ରୀ ମିଶ୍ର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଆଜି ନିଯୁକ୍ତି ପାଇଛନ୍ତି । ପ୍ରଶାସନରେ ପ୍ରଫେସନାଲଙ୍କୁ ନିଯୁକ୍ତି ଓ ‘ଫାଇଭ-ଟି’କୁ କାର୍ଯ୍ୟକ୍ଷମ କରାଇ ରାଜ୍ୟବାସୀଙ୍କୁ ତ୍ୱରିତ୍ ସେବା ପ୍ରଦାନ ନିମନ୍ତେ ଭାଷଣବାଜି କରୁଥିବା ରାଜ୍ୟ ସରକାର ଏବେ ‘ଓଡ଼ିଶା ଲୋକସେବା ଆୟୋଗ’କୁ ଅବସରପ୍ରାପ୍ତ ଅଫିସରମାନଙ୍କ ଥଇଥାନ କେନ୍ଦ୍ରରେ ପରିଣତ କରିଛନ୍ତି ।

Advertisment

ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ୟାମ ଭକ୍ତ ମିଶ୍ରଙ୍କୁ ଆଜି ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେ ଯେଉଁଦିନଠୁ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେଳ, ତା’ର ୬ବର୍ଷ ପର୍ଯ୍ୟନ୍ତ ଅବା ୬୨ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଯାହା ଆଗ ପଡ଼ିବ ଏହି କାର୍ଯ୍ୟ ତୁଲାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ତେବେ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମିଶ୍ର ଆସନ୍ତା ଜୁନ୍ ମାସରେ ସରକାରୀ ଚାକିରିରୁ ଅବସର ନେବେ । କିନ୍ତୁ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ଥଇଥାନ କରି ପୁରସ୍କୃତ କରିଛନ୍ତି । ସଦସ୍ୟ ଭାବେ ନିରଞ୍ଜନ ସାହୁଙ୍କ କାର୍ଯ୍ୟକାଳ ଗତ ଦୁଇଦିନ ତଳେ ଅର୍ଥାତ ୧୯ତାରିଖରେ ଶେଷ ହେବା ପରେ ଶ୍ରୀ ମିଶ୍ରଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି ।  ଏବେ ଓଡ଼ିଶା ଲୋକସେବା ଆୟୋଗରେ ଅଧ୍ୟକ୍ଷ ଭାବେ ସତ୍ୟଜିତ୍ ମହାନ୍ତି କାର୍ଯ୍ୟ କରୁଥିବାବେଳେ ସଦସ୍ୟ ଭାବେ ଅଞ୍ଜନ କୁମାର ମାଣିକ, ସନତ କୁମାର ମହାନ୍ତି ଓ ସରିତା ସୁପକାର ରହିଛନ୍ତି । ଏହି ସମସ୍ତ ୪ଜଣ ଅଫିସର ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି । ଶ୍ରୀମତୀ ସୁପକାର ଶିକ୍ଷାବିତ୍ ଭାବେ ଜଣାଶୁଣା ଥିବାବେଳେ ଆୟୋଗର ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟ ଦୁଇ ସଦସ୍ୟ ଶ୍ରୀ ମାଣିକ ଓ ଶ୍ରୀ ମହାନ୍ତି ନିଜର ସରକାରୀ ଚାକିରିରୁ ଅବସର ପରେ ଏହି ଆୟୋଗରେ ଥଇଥାନ ହୋଇଛନ୍ତି ।

Advertisment

ରାଜ୍ୟ ସରକାର ଗୋଟିଏପଟେ ନିଜର ସମସ୍ତ ୱିଙ୍ଗକୁ ପ୍ରଫେସନାଲ ଢଙ୍ଗରେ  ପରିଚାଳନା କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଅନ୍ୟପଟେ ନିଜର ତୋଷାମଦକାରୀ ଅଫିସରମାନଙ୍କୁ ଆଣି ଲୋକସେବା ଆୟୋଗ ଭଳି ସଂସ୍ଥାରେ ଥଇଥାନ କରି ପରୋକ୍ଷରେ ରାଜ୍ୟ ପ୍ରଶାସନର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଥିବା ଚର୍ଚ୍ଚା ।

Odisha Government Runs Secretly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe