Advertisment

ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କୁ ଭେଟିଲେ ସୋନୋୱାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହା ପୂର୍ବରୁ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି। ଏଥିସହ ଶପଥ ଗ୍ରହଣ ପୂର୍ବରୁ ସୋନୋୱାଲ ପରିବହନ ଭବନଠାରେ ବୈଜୟନ୍ତଙ୍କୁ ସାକ୍ଷାତ କରିଥିଲେ ଏବଂ ଶ୍ରୀ ପଣ୍ଡା ତାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ନଭେମ୍ବରରେ ବିଜେପି ବୈଜୟନ୍ତଙ୍କୁ ଆସାମ ପ୍ରଭାରୀ ଦାୟିତ୍ୱ ଦେଇଥିଲା। ଗତ ମାର୍ଚ୍ଚରେ […]

author-image
Ranjit Kumar Jena
ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କୁ ଭେଟିଲେ ସୋନୋୱାଲ

baijayanat-panda-and-sarban

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହା ପୂର୍ବରୁ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି। ଏଥିସହ ଶପଥ ଗ୍ରହଣ ପୂର୍ବରୁ ସୋନୋୱାଲ ପରିବହନ ଭବନଠାରେ ବୈଜୟନ୍ତଙ୍କୁ ସାକ୍ଷାତ କରିଥିଲେ ଏବଂ ଶ୍ରୀ ପଣ୍ଡା ତାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ।

Advertisment

ଗତବର୍ଷ ନଭେମ୍ବରରେ ବିଜେପି ବୈଜୟନ୍ତଙ୍କୁ ଆସାମ ପ୍ରଭାରୀ ଦାୟିତ୍ୱ ଦେଇଥିଲା। ଗତ ମାର୍ଚ୍ଚରେ ଆସାମରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ସମର୍ଥନ ପାଇଁ ବାଜିମାତ୍ କରିଥିଲା। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ପ୍ରମୁଖ ନେତୃତ୍ୱ ସାର୍ବଜନୀନ ଭାବେ ବୈଜୟନ୍ତଙ୍କୁ ପ୍ରଶଂସା କରିଛନ୍ତି। ଏପରିକି ସେ ଆସାମର ବିକାଶ ଦିଗରେ ସବୁବେଳେ ମାର୍ଗଦର୍ଶନ କରୁଥାନ୍ତୁ ବୋଲି ସୋନୋୱାଲ ଏକ ସାର୍ବଜନୀନ ସଭାରେ କହିଥିଲେ।

ରାଜ୍ୟସଭା ସାଂସଦ ଭାବେ ସୋନୋୱାଲଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶପଥ ପାଠ କରାଇଛନ୍ତି। ସୋନୋୱାଲଙ୍କ ବ୍ୟତୀତ ଡକ୍ଟର ଏଲ୍. ମୁରୁଗାନ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ସେହିପରି ଆଜି ଶପଥ ଗ୍ରହଣ ପୂର୍ବରୁ ସୋନୋୱାଲ ବୈଜୟନ୍ତଙ୍କ ପରାମର୍ଶ ଗ୍ରହଣ କରିଛନ୍ତି। ଏହା ଆସାମ ସାଙ୍ଗକୁ ଓଡ଼ିଶାର ବିକାଶକୁ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକ ତଥା ବୈୟଜନ୍ତଙ୍କ ପ୍ରଶଂସକ ମଧ୍ୟ ଚର୍ଚ୍ଚା ହେଉଛି।

Advertisment