Advertisment

୨୬ ସୁଦ୍ଧା ମିଳିବ ‘କାଳିଆ’ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ହିତାଧିକାରୀଙ୍କୁ ମିଳିବ ଟଙ୍କା। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ ପରେ ଟଙ୍କା ଦିଆଯିବ। ଯୋଜନାକୁ ନେଇ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଜରିଆରେ ବୈଧତା ଯାଞ୍ଚ […]

୨୬ ସୁଦ୍ଧା ମିଳିବ ‘କାଳିଆ’ ଟଙ୍କା: ମନ୍ତ୍ରୀ

surya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ହିତାଧିକାରୀଙ୍କୁ ମିଳିବ ଟଙ୍କା। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Advertisment

ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ ପରେ ଟଙ୍କା ଦିଆଯିବ। ଯୋଜନାକୁ ନେଇ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଜରିଆରେ ବୈଧତା ଯାଞ୍ଚ କରାଯିବ। ଅଧିକାରୀ ଯାଞ୍ଚ ତାଲିକା ଦେଲା ପରେ ୨୬ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ କରାଯିବ।

ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ଆମ ସହିତ ୧୨ ଲକ୍ଷ ୪୦ହଜାର ଚାଷୀ ପରିବାର ନେଣଦେଣ କରୁଛନ୍ତି। ସେମାନେ ବିହନ କିଣୁଛନ୍ତି, ଧାନ ବିକ୍ରି କରୁଛନ୍ତି, ୟୁରିଆ କିଣୁଛନ୍ତି। ସେମାନଙ୍କୁ  ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାରେ ଅର୍ଥ ଦିଆଯିବ। ତା’ସହିତ ଯେଉଁ ଦରଖାସ୍ତ ଆସିଛି, ତାହାକୁ ଯାଞ୍ଚ କରାଯାଉଛି। ଜାନୁଆରୀ ୨୬ ସୁଦ୍ଧା ତାଲିକା ଚୂଡ଼ାନ୍ତ କରାଯାଇ ସେମାନଙ୍କୁ ମଧ୍ୟ ଟଙ୍କା ଦିଆଯିବ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe