Advertisment

ସ୍ତ୍ରୀଙ୍କ ପୋଷ୍ଟରରେ ସ୍ୱାମୀଙ୍କ ଫଟୋ; ଶିକ୍ଷକଙ୍କ ଚାକିରିଗଲା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ନିର୍ବାଚନ ପ୍ରଚାର! ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରି ସେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ନିଜ ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖିଥିଲେ। ଏନେଇ ଅଭିଯୋଗ ହେବା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କୁ ନିଲମ୍ୱିତ କରିଛନ୍ତି। ଘଟଣାଟି କଳାହାଣ୍ଡି ଜିଲ୍ଲାରେ ଘଟିଛି। ଜୁନାଗଡ ବ୍ଲକର ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଉଛନ୍ତି ସଞ୍ଜୟ କୁମାର ପଣ୍ଡା। ତାଙ୍କ ପତ୍ନୀ ହେଉଛନ୍ତି ଯାଜ୍ଞସେନୀ ପଣ୍ଡା। […]

author-image
Manoranjan Sial
ସ୍ତ୍ରୀଙ୍କ ପୋଷ୍ଟରରେ ସ୍ୱାମୀଙ୍କ ଫଟୋ; ଶିକ୍ଷକଙ୍କ ଚାକିରିଗଲା

Kalahandi

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ନିର୍ବାଚନ ପ୍ରଚାର! ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରି ସେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ନିଜ ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖିଥିଲେ। ଏନେଇ ଅଭିଯୋଗ ହେବା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କୁ ନିଲମ୍ୱିତ କରିଛନ୍ତି। ଘଟଣାଟି କଳାହାଣ୍ଡି ଜିଲ୍ଲାରେ ଘଟିଛି।

Advertisment

ଜୁନାଗଡ ବ୍ଲକର ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଉଛନ୍ତି ସଞ୍ଜୟ କୁମାର ପଣ୍ଡା। ତାଙ୍କ ପତ୍ନୀ ହେଉଛନ୍ତି ଯାଜ୍ଞସେନୀ ପଣ୍ଡା। ସେ ଚଳିତ ନିର୍ବାଚନରେ ବୁଢିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଯାଜ୍ଞସେନୀ ନିଜ ନିର୍ବାଚନୀ ପୋଷ୍ଟରରେ ଶିକ୍ଷକ ସ୍ୱାମୀ ସଞ୍ଜୟଙ୍କ ଫଟୋ ରଖିଥିଲେ। ଆଉ ସେହି ପୋଷ୍ଟର ଗୋଡ଼ିକ ବୁଢ଼ିଦର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲାଗିଥିଲା। ଏହାଛଡ଼ା ଭିଡ଼ିଓରେ ଭାଇରାଲ୍‌ ହୋଇଥିଲା ଫଟୋ। ସଞ୍ଜୟ ଜଣେ ସରକାରୀ ଶିକ୍ଷକ ହୋଇଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ନିଜ ଫଟୋ ନିର୍ବାଚନୀ ପୋଷ୍ଟରରେ ଛାପିଥିଲେ।

ଏନେଇ ଅଭିଯୋଗ ହେବା ପରେ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଜି ଜୁନାଗଡ ବ୍ଲକ୍‌ ଶିକ୍ଷା ଅଧିକାରୀ ଅରିଫା ସୁଲତାନା ଶଙ୍କରପଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି।

Advertisment
Odisha Panchayat Election 2022