Advertisment

ବ୍ରହ୍ମପୁର ଆଇଟିଆଇରେ ହେବ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍‌

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇରେ ହେବ ଆଇଜର ଅସ୍ଥାୟୀ କ୍ୟାମ୍ପସ୍। ରାଜ୍ୟ ସରକାର ଏନେଇ ବ୍ରହ୍ମପୁର ଆଇଟିଆଇକୁ ବିଧିବଦ୍ଧ ଚିଠି ପଠାଇଥିବା ଆଇଟିଆଇର ଅଧ୍ୟକ୍ଷ ଡକ୍ଟର ରଜତ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି। ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ କୋର୍ସ ପାଇଁ ଚଳିତ ବର୍ଷଠାରୁ ଏଠାରେ ନାମଲେଖା ହେବ। ଆଇଟିଆଇ କ୍ୟାମ୍ପସ୍‌ରେ ନିର୍ମାଣାଧୀନ କୋଠାର ଦ୍ୱିତୀୟ ମହଲାରେ ୧୬ଟି ୱାର୍କସପ୍‌ ଓ କ୍ଲାସରୁମ୍‌ ବ୍ୟବହାର କରାଯିବ। ଏଥି ସହ ଝିଅଙ୍କ ପାଇଁ ପଲିଟେକ୍‌ନିକ୍‌ ଛାତ୍ରୀନିବାସ ଓ ପୁଅଙ୍କ ପାଇଁ ନବନିର୍ମିତ ସ୍କିଲ୍ […]

ଅଦ୍ୟତନ ହୋଇଛି
ବ୍ରହ୍ମପୁର ଆଇଟିଆଇରେ ହେବ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍‌

berhampur-iti

Advertisment

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇରେ ହେବ ଆଇଜର ଅସ୍ଥାୟୀ କ୍ୟାମ୍ପସ୍। ରାଜ୍ୟ ସରକାର ଏନେଇ ବ୍ରହ୍ମପୁର ଆଇଟିଆଇକୁ ବିଧିବଦ୍ଧ ଚିଠି ପଠାଇଥିବା ଆଇଟିଆଇର ଅଧ୍ୟକ୍ଷ ଡକ୍ଟର ରଜତ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି। ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ କୋର୍ସ ପାଇଁ ଚଳିତ ବର୍ଷଠାରୁ ଏଠାରେ ନାମଲେଖା ହେବ। ଆଇଟିଆଇ କ୍ୟାମ୍ପସ୍‌ରେ ନିର୍ମାଣାଧୀନ କୋଠାର ଦ୍ୱିତୀୟ ମହଲାରେ ୧୬ଟି ୱାର୍କସପ୍‌ ଓ କ୍ଲାସରୁମ୍‌ ବ୍ୟବହାର କରାଯିବ। ଏଥି ସହ ଝିଅଙ୍କ ପାଇଁ ପଲିଟେକ୍‌ନିକ୍‌ ଛାତ୍ରୀନିବାସ ଓ ପୁଅଙ୍କ ପାଇଁ ନବନିର୍ମିତ ସ୍କିଲ୍ ଡେଭେଲପ୍‌ମେଣ୍ଟ କେନ୍ଦ୍ର କୋଠାକୁ ଛାତ୍ରାବାସ ଭାବେ ବ୍ୟବହାର କରଯିବ। ମାସେ ଭିତରେ ସରକାରଙ୍କୁ ନୂଆ ବିଲ୍ଡିଂ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡକ୍ଟର ରାଜତ ପାଣିଗ୍ରାହୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe