ସୁମିତଙ୍କ ଘରକୁ ଗଲା ପୁଲିସ୍‌: ବାହାରୁ ଫେରାଇ ଦେଲେ ବାପା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଡାକ୍ତର ଦମ୍ପତିଙ୍କ କଳି ଛିଡ଼ିବାର ନାଁ ଧରୁନାହିଁ। ଉଭୟଙ୍କ ପକ୍ଷରୁ ଦାୟର ମାମଲା କୋର୍ଟରେ ଥିବା ବେଳେ ଆଜି ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଡାକ୍ତର ସୁମିତ ସାହୁଙ୍କ ଘରକୁ ଯାଇଥିଲା। ମାତ୍ର ତାଙ୍କ ଘର ଭିତରକୁ ଯାଇପାରିନଥିଲା। ସୁମିତଙ୍କ ଦେହ ଅସୁସ୍ଥ ଅଛି ବୋଲି କହି ତାଙ୍କ ବାପା ପୁଲିସ୍‌କୁ ଫେରାଇ ଦେଇଥିଲା। ତେଣୁ ପୁଲସ୍‌ ସୁମିତଙ୍କୁ ନପଚାରି ଫେରି ଆସିଥିଲା। ସେପଟେ ଶୁକ୍ରବାରଠାରୁ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି […]

Sumit Father

Sumit Father

Manoranjan Sial
  • Published: Saturday, 18 December 2021
  • Updated: 18 December 2021, 04:43 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଡାକ୍ତର ଦମ୍ପତିଙ୍କ କଳି ଛିଡ଼ିବାର ନାଁ ଧରୁନାହିଁ। ଉଭୟଙ୍କ ପକ୍ଷରୁ ଦାୟର ମାମଲା କୋର୍ଟରେ ଥିବା ବେଳେ ଆଜି ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଡାକ୍ତର ସୁମିତ ସାହୁଙ୍କ ଘରକୁ ଯାଇଥିଲା। ମାତ୍ର ତାଙ୍କ ଘର ଭିତରକୁ ଯାଇପାରିନଥିଲା। ସୁମିତଙ୍କ ଦେହ ଅସୁସ୍ଥ ଅଛି ବୋଲି କହି ତାଙ୍କ ବାପା ପୁଲିସ୍‌କୁ ଫେରାଇ ଦେଇଥିଲା। ତେଣୁ ପୁଲସ୍‌ ସୁମିତଙ୍କୁ ନପଚାରି ଫେରି ଆସିଥିଲା।

ସେପଟେ ଶୁକ୍ରବାରଠାରୁ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାଶ। ଶୀତ କାକରକୁ ଖାତିର ନକରି ବ୍ରହ୍ମା ନଗର ସ୍ଥିତ ଶାଶୁଘର ସମ୍ମୁଖରେ ଅସ୍ଥାୟୀ ତମ୍ବୁ କରି ଧାରଣା ଦେଇଛନ୍ତି। ଏଥର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି। ଦିନକ ପରେ ଅର୍ଥାତ୍ ସୋମବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ହେଲେ ଆସିକା ଗେଷ୍ଟ ହାଉସ୍‌ ଛାଡ଼ିବା ପରେ ତପସ୍ୱିନୀ ରହିବା ପାଇଁ ସ୍ଥାନ ନଥିବାରୁ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା କହିଛନ୍ତି।

ତପସ୍ୱିନୀ ଅଭିଯୋଗ କରିଛନ୍ତି, ସୁମିତ ଶୁକ୍ରବାର ଘରକୁ ଆସିଥିଲେ। ହେଲେ ରାତି ପ୍ରାୟ ଦେଢ଼ଟା ବେଳେ ବାଡ଼ିପଟ କାନ୍ଥ ଡେଇଁ ସୁମିତ ପଳାଇଥିବାର ସେ ଦେଖିଥିଲେ ବୋଲି ତପସ୍ୱିନୀ କହିଛନ୍ତି।

ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ। ସେହି ଦିନଠାରୁ ବିବାଦ ସମାଧାନ ହେବାର ନାଁ ଧରୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story