Advertisment

ଆଦିବାସୀ ଯୁବତୀଙ୍କୁ ଅପହରଣ ନେଇ ଗୋଷ୍ଠୀ ସଂଘର୍ଷ

ଭବାନୀପାଟଣା: କଳାହାଣ୍ଡି  ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁଙ୍ଗୁରୀପଦର ଗାଁରେ ଜଣେ ଆଦିବାସୀ ଯୁବତୀଙ୍କୁ ଅପହରଣ ନେଇ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ  ସଂଘର୍ଷ ହୋଇଛି। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସଂପୃକ୍ତ ଯୁବତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରି ଗୋଟିଏ ଗୋଷ୍ଠୀ ସରପଞ୍ଚଙ୍କ ଘରେ  ନିଆଁ ଲଗାଇଦେଇଛନ୍ତି। ଉତ୍ତ୍ୟକ୍ତ ଆଦିବାସୀମାନେ ଗୋଟିଏ ବାଇକ୍‌ ଓ ଟ୍ରାକ୍ଟର ସହ ଅନ୍ୟ କିଛି ଲୋକଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଗାଁରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ୍ ପହଞ୍ଚି ସ୍ଥିତିକୁ  […]

ଆଦିବାସୀ ଯୁବତୀଙ୍କୁ ଅପହରଣ ନେଇ ଗୋଷ୍ଠୀ ସଂଘର୍ଷ

zeep

Advertisment

zeepଭବାନୀପାଟଣା: କଳାହାଣ୍ଡି  ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁଙ୍ଗୁରୀପଦର ଗାଁରେ ଜଣେ ଆଦିବାସୀ ଯୁବତୀଙ୍କୁ ଅପହରଣ ନେଇ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ  ସଂଘର୍ଷ ହୋଇଛି। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସଂପୃକ୍ତ ଯୁବତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରି ଗୋଟିଏ ଗୋଷ୍ଠୀ ସରପଞ୍ଚଙ୍କ ଘରେ  ନିଆଁ ଲଗାଇଦେଇଛନ୍ତି। ଉତ୍ତ୍ୟକ୍ତ ଆଦିବାସୀମାନେ ଗୋଟିଏ ବାଇକ୍‌ ଓ ଟ୍ରାକ୍ଟର ସହ ଅନ୍ୟ କିଛି ଲୋକଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଗାଁରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ୍ ପହଞ୍ଚି ସ୍ଥିତିକୁ  ନିୟନ୍ତ୍ରଣ କରିଥିଲା। ତେବେ  ଆନ୍ଦୋଳନକାରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପୋଲିସ୍ ଉପରକୁ  ମଧ୍ୟ ଆକ୍ରମଣ କରିଥିଲେ। ବର୍ତ୍ତମାନ ଗାଁରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଗାଁରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe