Advertisment

ଭଦ୍ରକ: ୩ ବିଦେଶୀ ନାଗରିକ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ନିକଟ ସମୁଦ୍ରରୁ ଗତକାଲି ୩ ଜଣ ବିଦେଶୀ ନାଗରିକଙ୍କୁ ଅଟକ ରଖି ଏକ ଅଜ୍ଞାତ ସ୍ଥାନରେ ମେରାଇନ୍ ପୋଲିସ୍ ପଚରାଉଚରା କରୁଛି। ଏମାନଙ୍କ ମଧ୍ୟରେ ଜଣେ ଅଷ୍ଟ୍ରେଲିଆ ଓ ଦୁଇ ଜଣ ଫିଲିପାଇନ୍ସ ନାଗରିକ ଅଛନ୍ତି। ସେମାନେ ଏକ ଅଷ୍ଟ୍ରେଲିଆ ଜାହାଜରେ ଧାମରା ପୋର୍ଟ ଅଭିମୁଖେ ଆସୁଥିଲେ। ଜାହାଜର କ୍ୟାପ୍‌ଟେନ୍ ନିୟମ ବହିର୍ଭୂତ ଭାବେ ସାଟେଲାଇଟ୍ ଫୋନ୍ ମାଧ୍ୟମରେ ମାଲେସିଆ ଓ ଫିଲିପାଇନ୍ସକୁ ଯୋଗାଯୋଗ କରୁଥିବା ଜଣାପଡ଼ିଛି।  ସେମାନଙ୍କର ଭିସା ଓ […]

author-image
Rakesh Mallick
ଭଦ୍ରକ: ୩ ବିଦେଶୀ ନାଗରିକ ଅଟକ

bhadrak

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ନିକଟ ସମୁଦ୍ରରୁ ଗତକାଲି ୩ ଜଣ ବିଦେଶୀ ନାଗରିକଙ୍କୁ ଅଟକ ରଖି ଏକ ଅଜ୍ଞାତ ସ୍ଥାନରେ ମେରାଇନ୍ ପୋଲିସ୍ ପଚରାଉଚରା କରୁଛି। ଏମାନଙ୍କ ମଧ୍ୟରେ ଜଣେ ଅଷ୍ଟ୍ରେଲିଆ ଓ ଦୁଇ ଜଣ ଫିଲିପାଇନ୍ସ ନାଗରିକ ଅଛନ୍ତି। ସେମାନେ ଏକ ଅଷ୍ଟ୍ରେଲିଆ ଜାହାଜରେ ଧାମରା ପୋର୍ଟ ଅଭିମୁଖେ ଆସୁଥିଲେ। ଜାହାଜର କ୍ୟାପ୍‌ଟେନ୍ ନିୟମ ବହିର୍ଭୂତ ଭାବେ ସାଟେଲାଇଟ୍ ଫୋନ୍ ମାଧ୍ୟମରେ ମାଲେସିଆ ଓ ଫିଲିପାଇନ୍ସକୁ ଯୋଗାଯୋଗ କରୁଥିବା ଜଣାପଡ଼ିଛି।  ସେମାନଙ୍କର ଭିସା ଓ ପାସପୋର୍ଟ ଆଦି ଯାଞ୍ଚ କରାଯିବା ସହ ସାଟେଲାଇଟ୍‌ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି। କିଛି ଦିନ ତଳେ ଧାମରା ବନ୍ଦରରେ କାମ କରୁଥିବା ୧୦ ଜଣ ଚୀନ୍ ନାଗରିକଙ୍କୁ  ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment