Advertisment

ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଭଦ୍ରକ (ପାର୍ଥ ସାରଥୀ): ବଡ଼ ଦୁର୍ଘଟଣା। ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌କୁ ଆଜି ସକାଳୁ ଏକ ଟ୍ରକ୍‌ ଧକ୍କା ଦେଇଛି। ତେବେ ସ୍ୱଭାଗ୍ୟବଶତଃ ଏହି ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। ସୂଚନା ମୁତାବକ, ଆଜି ସକାଳୁ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକରୁ ଭୁବନେଶ୍ୱର ଫେରିବା ବେଳେ ଜାରକା ପାଖରେ ଏହି ଦୁର୍ଘଟଣା ଘଟିଛି। ଜାରକା ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କର କାରକୁ ଧକ୍କା ଦେଇଥିଲା। […]

ଅଦ୍ୟତନ ହୋଇଛି
ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

accident

Advertisment

ଭଦ୍ରକ (ପାର୍ଥ ସାରଥୀ): ବଡ଼ ଦୁର୍ଘଟଣା। ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌। ଭଦ୍ରକବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌କୁ ଆଜି ସକାଳୁ ଏକ ଟ୍ରକ୍‌ ଧକ୍କା ଦେଇଛି। ତେବେ ସ୍ୱଭାଗ୍ୟବଶତଃ ଏହି ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ।

Advertisment

ସୂଚନା ମୁତାବକ, ଆଜି ସକାଳୁ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକରୁ ଭୁବନେଶ୍ୱର ଫେରିବା ବେଳେ ଜାରକା ପାଖରେ ଏହି ଦୁର୍ଘଟଣା ଘଟିଛି। ଜାରକା ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କର କାରକୁ ଧକ୍କା ଦେଇଥିଲା। ‍ଫଳରେ  ବିଧାୟକଙ୍କ କାର୍‌ଟି ରାସ୍ତାରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏଥିସହ ବିଧାୟକଙ୍କ କାର୍ ଭାଙ୍ଗି ପୂରା ଚୁରମାର ହୋଇଯାଇଛି।

କାର୍‌ ଭିତରେ ବିଧାୟକ ବାମ ପାର୍ଶ୍ୱରେ ବସିଥିବା ସ୍ଥାନକୁ ହିଁ ଟର୍ଗେଟ କରି ଧକ୍କା ଦେଇଥିଲା। ତେବେ ଏଥିରୁ ବିଧାୟକ ବର୍ତ୍ତି ଯାଇଛନ୍ତି। ଏଥିସହ ତାଙ୍କ ସହଯୋଗୀ ଏବଂ ଡ୍ରାଇଭର ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବିଧାୟକଙ୍କ ସମେତ ୩ଜଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜାରକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏହା ଏକ ପ୍ରକୃତରେ ଦୁର୍ଘଟଣା ଥିଲା ନା ଯୋଜନାବଦ୍ଧ ହତ୍ୟା ଉଦ୍ୟମ ସେ ନେଇ ପୁଲିସ ତଦନ୍ତ କରୁଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe