ବାଇକ୍‌ ନେଇ ଚମ୍ପଟ ମାରୁଥିଲା! ଧରାପଡ଼ି ଛେଚା ଖାଇଲା

ଭଦ୍ରକ (ପାର୍ଥସାରଥୀ ନାୟକ): ଘରୋଇ କାମ କରିବାକୁ ଯାଏ। ଖାଇବାର ବାହାନା କରି ଘର ମାଲିକଙ୍କ ବାଇକ୍‌ ଧରି ଚମ୍ପଟ ମାରୁଥିଲା। ଏମିତି ଜଣେ ଚତୁର ଚୋରକୁ ଧରି ଲୋକେ ଭଦ୍ରକ ଗ୍ରାମଞ୍ଚଳ ଥାନା ପୁଲିସକୁ ହସ୍ତାନ୍ତର କରିଛି। ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଗ୍ରାମାଞ୍ଚଳ ଥାନା ବରପଦା ଗାଁର ପ୍ରଶାନ୍ତ ପରିଡ଼ା। ସେ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି। ଘରୋଇ କାମଦାମ କରି ଚଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଯାହା […]

bhadrak

Manoranjan Sial
  • Published: Saturday, 21 March 2020
  • , Updated: 21 March 2020, 06:17 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଘରୋଇ କାମ କରିବାକୁ ଯାଏ। ଖାଇବାର ବାହାନା କରି ଘର ମାଲିକଙ୍କ ବାଇକ୍‌ ଧରି ଚମ୍ପଟ ମାରୁଥିଲା। ଏମିତି ଜଣେ ଚତୁର ଚୋରକୁ ଧରି ଲୋକେ ଭଦ୍ରକ ଗ୍ରାମଞ୍ଚଳ ଥାନା ପୁଲିସକୁ ହସ୍ତାନ୍ତର କରିଛି। ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି।

ଗ୍ରାମାଞ୍ଚଳ ଥାନା ବରପଦା ଗାଁର ପ୍ରଶାନ୍ତ ପରିଡ଼ା। ସେ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି। ଘରୋଇ କାମଦାମ କରି ଚଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଯାହା ଘରକୁ କାମ କରିବାକୁ ଯାଏ, ତାଙ୍କ ପାଖରେ ବିଭିନ୍ନ ବାହାନା କରି ବାଇକ ମାଗି ନେଇ ଯାଉଥିଲା। ତା’ପରେ ସେ ବାଇକ୍‌ ଫେରାଉନଥିଲା। ଏହିଭଳି ଢଙ୍ଗରେ ସେ ବାଇକ ଚୋରି କରି ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି। ଏମିତି ୫ରୁ ୬ଟି ବାଇକ୍‌ ଚୋରି କରିଥିବା ଅଭିଯୋଗ ହୋଇଛି।

ତେବେ ଗତକାଲି ସଞ୍ଜ ବେଳେ ପ୍ରଶାନ୍ତ ବାରିକପୁର ବଜାରରେ ବୁଲୁଥିଲା। ଏହି ସମୟରେ ସେ ଜଣେ ବାଇକ୍‌ ମାଲିକଙ୍କ ହାବୁଡ଼ରେ ପଡ଼ିଥିଲେ। ବାଇକ ମାଲିକ ଜଣକ ଗାଡ଼ି ଫେରାଇବା ପାଇଁ ପ୍ରଶାନ୍ତକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଘଟଣା ପ୍ରଚାରିତ ହେବା ପରେ ଅନ୍ୟ ବାଇକ୍‌ ମାଲିକମାନେ ସେଠାରେ ରୁଣ୍ଡ ହୋଇ ପ୍ରଶାନ୍ତ ବାନ୍ଧି ପକାଇ ଥିଲେ। ଏପରିକି ନିର୍ଧୁମ ଛେଚିଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କୁ ଉଦ୍ଧାର କରି କୋର୍ଟ ଚାଲାଣ କରିଛି।

Related story