Advertisment

୩୮,୫୦୦ ଟଙ୍କା ଫାଇନ୍‌ ଦେଲେ ମ୍ୟାଜିକ୍‌ ମାଲିକ, ଅଟୋ ଛାଡ଼ି ପଳାଇଲେ ଚାଳକ

ଭଦ୍ରକ(ପାର୍ଥସାରଥୀ ନାୟକ): କିଛି ଦିନତଳେ ରାଜଧାନୀ ଭୁବନେଶ୍ୱରରେ ହାଡିବନ୍ଧୁ କଅଁର ନାମକ ଜଣେ ଅଟୋ ଚାଳକକୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା। ସେ ୮ଟି ନିୟମ ଭାଙ୍ଗିଥିବାରୁ କମିଶନରେଟ୍‌ ପୁଲିସ ଏପରି ଦଣ୍ଡ ଦେଇଥିଲା। ଏବେ ସମାନ ଅଭିଯୋଗ ଭଦ୍ରକରୁ ଆସିଛି। ଜଣେ ଅଟୋ ଚାଳକକୁ ୨୭,୫୦୦ ଟଙ୍କା ଓ ଟାଟା ମ୍ୟାଜିକ ମାଲିକ ଉପରେ ୩୮,୫୦୦ ଟଙ୍କା ଜୋରିମାନା କରାଯାଇଛି। ଅଟୋ ଚାଳକ ପାଖରେ ସମ୍ୱଳ ନଥିବାରୁ ନିଜର ୯ ବର୍ଷର ସାଥୀକୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
୩୮,୫୦୦ ଟଙ୍କା ଫାଇନ୍‌ ଦେଲେ ମ୍ୟାଜିକ୍‌ ମାଲିକ, ଅଟୋ ଛାଡ଼ି ପଳାଇଲେ ଚାଳକ

police-fined

ଭଦ୍ରକ(ପାର୍ଥସାରଥୀ ନାୟକ): କିଛି ଦିନତଳେ ରାଜଧାନୀ ଭୁବନେଶ୍ୱରରେ ହାଡିବନ୍ଧୁ କଅଁର ନାମକ ଜଣେ ଅଟୋ ଚାଳକକୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା। ସେ ୮ଟି ନିୟମ ଭାଙ୍ଗିଥିବାରୁ କମିଶନରେଟ୍‌ ପୁଲିସ ଏପରି ଦଣ୍ଡ ଦେଇଥିଲା। ଏବେ ସମାନ ଅଭିଯୋଗ ଭଦ୍ରକରୁ ଆସିଛି। ଜଣେ ଅଟୋ ଚାଳକକୁ ୨୭,୫୦୦ ଟଙ୍କା ଓ ଟାଟା ମ୍ୟାଜିକ ମାଲିକ ଉପରେ ୩୮,୫୦୦ ଟଙ୍କା ଜୋରିମାନା କରାଯାଇଛି। ଅଟୋ ଚାଳକ ପାଖରେ ସମ୍ୱଳ ନଥିବାରୁ ନିଜର ୯ ବର୍ଷର ସାଥୀକୁ ଆର୍‌ଟିଓ ଅଫସ୍‌ରେ ଛାଡ଼ି ପଳାଇ ଯାଇଥିବା ବେଳେ ମ୍ୟାଜିକ ମାଲିକ ଜୋରିମାନା ଅର୍ଥ ପୈଠକ କରିଥିବା ଜଣାପଡ଼ି।

Advertisment

ଭଦ୍ରକ ଜିଲ୍ଲା ଚରମ୍ପା ଏରେଇ ଗାଁର ନରେଶ ରାଉତ। ଦୀର୍ଘ ୯ ବର୍ଷ ଧରି ସେ ଭଦ୍ରକ ଟାଉନ୍‌ରେ ଅଟୋ ଚଳାଇ ପରିବାର ଭରଣ ପୋଷଣ କରନ୍ତି। ସବୁଦିନ ପରି ଆଜି ସେ ଅଟୋ ଧରି ଘରୁ ବାହାରିଥିଲେ। ଭାବିଥିଲେ ଭଲ ଇନ୍‌କମ୍‌ ହେବ। ହେଲେ ସବୁକିଛି ଓଲଟପାଲଟ୍‌ ହୋଇଗଲା। କେନ୍ଦ୍ର ସରକାରଙ୍କ ନୂଆ ମୋଟ୍‌ର ଯାନ ଆଇନ୍‌ରେ ଖିଲାପ କରିଥିବାରୁ ପୁଲିସ ତାଙ୍କୁ ଧରି ପକାଇଥିଲା। ପୁଲିସ ତାଙ୍କ ଉପରେ ୨୭,୫୦୦ ଟଙ୍କା ଜୋରିମାନା ମଧ୍ୟ କସିଲା। ପୁରୁଣା ହେଲେ ବି ଘରକୁ ଦାନା ଯୋଗାଉଥିବା ଏହି ଅଟୋକୁ କେମିତି ମୁକୁଳାଇବେ ନରେଶ? ପାଖରେ ଏତେ ପଇସା ନାହିଁ ଯେ, ଜୋରିମାନା ଅର୍ଥ ଦେଇ ଅଟୋଟିକୁ ମୁକୁଳାଇ ନେଇଯିବେ। ସେଥିପାଇଁ ଭଦ୍ରକ ଆର୍‌ଟିଓ ଅଫିସ୍‌ରେ ନିଜର ଦୀର୍ଘ ଦିନର ସାଥୀ (ଅଟୋ)କୁ ଛାଡ଼ି ଘରକୁ ଫେରିଗଲେ ନରେଶ।

ଆଉ ଗଲା ବେଳେ ଶାସନ ବ୍ୟବସ୍ଥା ବିରୋଧରେ କ୍ଷୋଭ ପ୍ରକାଶ କରୁଛନ୍ତି। ସେ କହୁଛନ୍ତି, ଜରିମାନା ଟଙ୍କା ନେଇ ଅଟୋ ନେବି। ତା’ପରେ ଗାଡ଼ିର କାଗଜପତ୍ର କରିବା ପାଇଁ ପାଇସା କେଉଁଠୁ ଆଣିବି ଓ ପରିବାର କେମିତି ଚଳାଇବି?

Advertisment

ନରେଶଙ୍କ ଉପରେ ଅନଧିକୃତ ଭାବେ ଗାଡ଼ି ଚଳାଇବା ଅଭିଯୋଗରେ ୫୦୦୦ ଟଙ୍କା ଜୋରିମାନା କରାଯାଇଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ୫୦୦୦ ଟଙ୍କା, ଗାଡ଼ିର ରେଜିଷ୍ଟ୍ରେସନ ନଥିବାରୁ ୫୦୦୦, ଗାଡ଼ି ଚଳାଚଳ ପାଇଁ ପରମିଟ ନଥିବାରୁ ୧୦,୦୦୦, ଇନ୍‌ସୁରାନ୍ସ ନଥିବାରୁ ୨୦୦୦ ଓ ସାଧାରଣ ଭୁଲ୍ ପାଇଁ ୫୦୦ ଜୋରିମାନା କରାଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲା ଅଞ୍ଚଳର ବୈକୁଣ୍ଠ ମହାପାତ୍ରଙ୍କ ଏକ ଟାଟା ମ୍ୟାଜିକ ଗତ ୫ ତାରିଖରେ ଭଦ୍ରକ ଅଭିମୁଖେ ଆସୁଥିଲା। ରାଣୀତାଲ ଛକରେ ପୁଲିସ ଉକ୍ତ ଗାଡ଼ିକୁ ଯାଞ୍ଚ କରିଥିଲା। ମାତ୍ର ଗାଡ଼ିର ଫିଟ୍‌ନେଶ୍‌ଠାରୁ ଆରମ୍ଭ କରି ବୀମା ଓ ଚାଳକର ଡ୍ରାଇଭିଂ ଲାଇସେନ୍ସ ନଥିଲା। ସେଥିପାଇଁ ଉକ୍ତ ଗାଡ଼ିକୁ ୩୮,୫୦୦ ଟଙ୍କା ଜୋରିମାନା କରାଯାଇଥିଲା। ଗାଡ଼ିଟି ୭ଟି ନିୟମ ଭାଙ୍ଗିଥିବାରୁ ଏହି ଜୋରିମାନା କରାଯାଇଛି।

ଗାଡ଼ିଟି ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦, ଚାଳକର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦,୦୦୦, ଅନଧିକାର ଭାବେ କାହାକୁ ଗାଡ଼ି ଚଳାଇବାକୁ ଦିଆଇଥିବାରୁ ୫୦୦୦, ଗାଡ଼ିର ଆର୍‌ସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନଥିବାରୁ ୫୦୦୦, ପରମିଟ୍‌ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦,୦୦୦, ଗାଡ଼ିରେ ଯାତ୍ରୀ ଥିବା ବେଳେ ଚାଳକ ସିଟ୍‌ବେଲ୍‌ଟ ପିନ୍ଧିନଥିବାରୁ ୧୦୦୦ ଓ ଗାଡ଼ିର ବୀମା ହୋଇନଥିବାରୁ ୨୦୦୦ ଟଙ୍କା ଜରିମାନା କରାଯାଇଥିଲା। ଏହି ଟଙ୍କା ଭଦ୍ରକ ଆର୍‌ଟିଓ ଅଫିସ୍‌ରେ ଜମା କରିବାକୁ ନିର୍ଦ୍ଦେଶ ଦିଅଯାଇଥିଲା। ଆଜି ଗାଡ଼ି ମାଲିକ ବୈକୁଣ୍ଠ ମହାପାତ୍ର ଆର୍‌ଟିଓ ଅଫିସ୍‌ରେ ଜୋରିମାନା ଅର୍ଥ ପୈଠ କରିଛନ୍ତି।