ବଢ଼ୁଛି ଲୋକାଲ କେସ୍‌; କାଲିଠୁ ଏହି ଜିଲ୍ଲା ଶଟଡାଉନ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ):  କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଭଦ୍ରକ ଜିଲ୍ଲାକୁ ଆସନ୍ତା କାଲିଠୁ ୨ ଦିନ ପାଇଁ ସମ୍ପୂର୍ଣ୍ଣ ଶଟଡାଉନ୍‌ ଘୋଷଣା କରାଯାଇଛି ।  ଅଗଷ୍ଟ ୧ ତାରିଖ ସକାଳ ୫ଟାରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜୁଲାଇ ମାସରେ ଜିଲ୍ଲାରେ କେବଳ ଶନିବାରକୁ  ଶଟଡାଉନ୍‌ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ପରେ  ଶନିବାର ଓ ରବିବାରକୁ ଶଟଡାଉନ୍‌ ଘୋଷଣା କରାଗଲା । ତେବେ ଜିଲ୍ଲାରେ କରୋନା […]

bhadrak-5

Niharika Rout
  • Published: Friday, 31 July 2020
  • , Updated: 31 July 2020, 12:34 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ):  କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଭଦ୍ରକ ଜିଲ୍ଲାକୁ ଆସନ୍ତା କାଲିଠୁ ୨ ଦିନ ପାଇଁ ସମ୍ପୂର୍ଣ୍ଣ ଶଟଡାଉନ୍‌ ଘୋଷଣା କରାଯାଇଛି ।  ଅଗଷ୍ଟ ୧ ତାରିଖ ସକାଳ ୫ଟାରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଜୁଲାଇ ମାସରେ ଜିଲ୍ଲାରେ କେବଳ ଶନିବାରକୁ  ଶଟଡାଉନ୍‌ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ପରେ  ଶନିବାର ଓ ରବିବାରକୁ ଶଟଡାଉନ୍‌ ଘୋଷଣା କରାଗଲା । ତେବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଲୋକାଲ କେସ୍‌ ବଢ଼ୁଥିବାରୁ ତାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ୨ ଦିନ ଶଟଡାଉନ୍ ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ଜିଲ୍ଲା ସମ୍ପୂର୍ଣ ଶଟଡାଉନ୍ ରହିବ ।  ଏହି ସମୟସୀମା ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ସେବାକୁ କେବଳ ଅନୁମତି ମିଳିଛି । ଏହି ସମୟ ମଧ୍ୟରେ ଏନ୍‌ଫୋର୍ସମେଣ୍ଟକୁ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୫ରେ ପହଞ୍ଚିଥିବା ବେଳେ ୪୭୪ ଜଣ ସୁସ୍ଥ ହୋଇ ସାରିଲେଣି। ୧୨୫ ଜଣ ଚିକିତ୍ସିତ ହେଉଥିବା ବେଳେ ୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜି ସାରିଲେଣି।

Related story