Advertisment

ଦେବଦୂତ ସାଜି ଆସିଲେ ବସ୍‌ ଡ୍ରାଇଭର, ବିନା ଭଡ଼ାରେ ୩୭ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ନେଲେ

ଭଦ୍ରକ(ପାର୍ଥସାରଥୀ ନାୟକ): ଲକ୍‌ଡାଉନ୍‌ ଯୋଗୁ ଘର ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ। କିଏ ଚାଲି ଚାଲି ତ’ ଆଉ କିଏ ସାଇକେଲ୍‌ରେ ମାଇଲ ମାଇଲ ବାଟ ଯାଉଛନ୍ତି। ରାସ୍ତାରେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ଖାଇବାକୁ ନ ପାଇ ବାଟ ସରିବା ଆଗରୁ ଆଖି ବୁଜୁଛନ୍ତି।  ତେବେ ଏହି ସମୟରେ ଜଣେ ବସ୍‌‌ ଡ୍ରାଇଭରଙ୍କ ମହନୀୟତା ଦେଖିବାକୁ ମିଳିଛି। କୌଣସି ଭଡ଼ା ନ ନେଇ  ୩୭ […]

author-image
Jyoshna Pradhan
ଦେବଦୂତ ସାଜି ଆସିଲେ ବସ୍‌ ଡ୍ରାଇଭର, ବିନା ଭଡ଼ାରେ ୩୭ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ନେଲେ

bhadrak

ଭଦ୍ରକ(ପାର୍ଥସାରଥୀ ନାୟକ): ଲକ୍‌ଡାଉନ୍‌ ଯୋଗୁ ଘର ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ। କିଏ ଚାଲି ଚାଲି ତ’ ଆଉ କିଏ ସାଇକେଲ୍‌ରେ ମାଇଲ ମାଇଲ ବାଟ ଯାଉଛନ୍ତି। ରାସ୍ତାରେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ଖାଇବାକୁ ନ ପାଇ ବାଟ ସରିବା ଆଗରୁ ଆଖି ବୁଜୁଛନ୍ତି।  ତେବେ ଏହି ସମୟରେ ଜଣେ ବସ୍‌‌ ଡ୍ରାଇଭରଙ୍କ ମହନୀୟତା ଦେଖିବାକୁ ମିଳିଛି। କୌଣସି ଭଡ଼ା ନ ନେଇ  ୩୭ ଜଣ ଶ୍ରମିକଙ୍କୁ ଏହି ଡ୍ରାଇଭର ଭଦ୍ରକରୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଇଛନ୍ତି। ଡ୍ରାଇଭରଙ୍କ ଏପରି କାମକୁ ଭଦ୍ରକ ଏସ୍‌ପି  ପ୍ରଶଂସା କରିଛନ୍ତି ।publive-image

Advertisment

ସୂଚନାଅନୁସାରେ, ଗତକାଲି ୩୭ ଜଣ ପ୍ରବାସୀ ଶ୍ରମିକ ଚାଲି ଚାଲି ଆସି ଭଦ୍ରକ ସହରରେ ପହଞ୍ଚିଥିଲେ। ଭଦ୍ରକ ପୁଲିସ୍‌ ସେମାନଙ୍କୁ ଅଟକାଇ ସେମାନଙ୍କୁ ଖାଇବାକୁ ଦେଇଥିଲା। ପରେ ଏହି ଶ୍ରମିକମାନଙ୍କୁ ସେମାନଙ୍କ ଘର ପଶ୍ଚିମବଙ୍ଗ ପଠାଇବାକୁ ପୁଲିସ୍‌ ବ୍ୟବସ୍ଥା କରୁଥିଲା।

ଏହି ସମୟରେ କଲିକତା ଅଭିମୁଖେ ଯାଉଥିବା ଏକ ବସ୍‌କୁ ପୁଲିସ୍‌ ଅଟକାଇଥିଲା। ଆବଶ୍ୟକ ଭଡ଼ା ନେଇ ଏହି ଶ୍ରମିକମାନଙ୍କୁ କଲିକତାରେ ଛାଡ଼ିଦେବାକୁ  ଅନୁରୋଧ ମଧ୍ୟ କରିଥିଲା। ଏହାଶୁଣି ବସ୍‌ ଡ୍ରାଇଭର ରତନ ବାଗ୍ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ମାତ୍ର ଏଥିନିମନ୍ତେ କୌଣସି ଟଙ୍କା  ନେବାକୁ ସେ ମନା କରିଦେଇଥିଲେ। ଆଉ ସମସ୍ତ ଶ୍ରମିକଙ୍କୁ ମାଗଣାରେ ବସ୍‌ରେ ବସାଇ କଲିକତା ଅଭିମୁଖେ ନେଇ ଯାଇଥିଲେ। ବସ୍‌ ଡ୍ରାଇଭରଙ୍କ ଏହି ପଦକ୍ଷେପକୁ ଭଦ୍ରକ ଏସ୍‌ପି ଟ୍ୱିଟ୍‌ କରି ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି  ‘ଭଲ ଲୋକମାନେ ଦେବଦୂତ ସାଜି ଆସନ୍ତି।”

Advertisment