ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଉପ-ଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁ ଉପ-ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏ ସେ ଏହି ଦାୟିତ୍ୱରେ ରହିବେ।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪୫ ପହଞ୍ଚିଛି। ସେଥିମଧ୍ୟରୁ ୭୫୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୧,୭୭୫ ସୁସ୍ଥ ହୋଇସାରିଛନ୍ତି।
#COVIDUpdates
Ms Manorama Bhuyan, OAS (SB), Addl Sub-Collector will remain in charge of Sub-Collector, Bhadrak till 15/9, since Sub-Collector has tested COVID +ve.@SubCol_Bhadrak— District Administration,Bhadrak (@DM_Bhadrak) August 29, 2020