Advertisment

ବେଶୀ ସମୟ ରହିଲାନି ମାଟ୍ରିକ ରେଜଲ୍ଟର ଖୁସି

ଗତକାଲି ରେଜଲ୍ଟ ବାହାରିଥିଲା। ସେ ୮୬.୫% ନମ୍ବର ରଖିଥିଲେ।

Dead

Dead

Advertisment

ଗତକାଲି ବାହାରିଥିଲା ମାଟ୍ରିକ ପରୀକ୍ଷା ଫଳ। ପୁଅ ଭଲ ନମ୍ବର ରଖିଥିବାରୁ ପରିବାରରେ ସମସ୍ତେ ବେଶ୍ ଖୁସି ଥିଲେ। ହେଲେ ବେଶୀ ସମୟ ରହିଲାନି ଏହି ଖୁସି। ଆଜି ପୋଖରୀରେ ବୁଡ଼ି ଚାଲିଗଲା ପୁଅର ଜୀବନ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଶ୍ରୀରାମପୁର ଗାଁରେ।

Advertisment

ମୃତ ଛାତ୍ରଙ୍କ ନାଁ ଚନ୍ଦନ ମହାପାତ୍ର। ତାଙ୍କ ବାପାଙ୍କ ନାଁ ରମେଶ ମହାପାତ୍ର।

ଚନ୍ଦନ ଆଜି ଘର ପାଖ ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଚନ୍ଦନ ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ। ଗତକାଲି ରେଜଲ୍ଟ ବାହାରିଥିଲା। ସେ ୮୬.୫% ନମ୍ବର ରଖିଥିଲେ। ସେଥିପାଇଁ ସେ ଖୁସି ଥିଲେ। ତା’ ସହିତ ତାଙ୍କର ପୂରା ପରିବାର ଲୋକେ ଖୁସି ଥିଲେ।

Advertisment
Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe