/odisha-reporter/media/post_attachments/uploads/2022/03/bhadrak-2.jpg)
bhadrak
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା । ଗତକାଲି ମଧ୍ୟରାତ୍ରିରୁ ଲାଗୁ ହୋଇଥିବା ଏହି କଟକଣା ଆସନ୍ତାକାଲି ୨୭ ସକାଳ ୬ ଘଟିକା ଜାରି ରହିବ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି ।
Advertisment
ସେହିପରି ବିଜୟ ଶୋଭାଯାତ୍ର ଉପରେ ମଧ୍ୟ କଟକଣା ଲାଗିଛି । ୫ ଜଣ ଲୋକ ଏକାଠି କୌଣସି ସ୍ଥାନରେ ଠିଆ ହୋଇପାରିବେନାହିଁ । ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର୍ଯ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ପ୍ରବେଶକୁ ବାରଣ କରାଯାଇଛି । ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ରହିଛି । ଜରୁରୀ ସେବାରେ ନିୟୋଜିତ ଥିବା ଗାଡ଼ି ଯାତାୟାତ କରିବ ।
ଭୋଟ ସମୟରେ ଦେଖାଦେଇଥିବା ନିର୍ବାଚନୀ ହିସାଂ ପାଇଁ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥ ଗ୍ରହଣ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
