Advertisment

ବେଦାନ୍ତ ଫେକର କମ୍ପାନି ଆଗରେ ୧୪୪ ଧାରା ଲାଗୁ , ମୁମ୍ବାଇ ଏୟାରଲିଫ୍ଟ ହେଲେ ୨ ଗୁରୁତର ଶ୍ରମିକ

କମ୍ପାନୀ ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେବାରୁ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୩ ଆଇଆଇସି ଓ ଜଣେ ଏସ୍‌ଡିପିଓ ଉପସ୍ଥିତ ଅଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Spot

Spot

ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନିରେ ଗତକାଲି ଘଟିଥିବା ଏକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଇ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଉତ୍ତେଜନା ଆଶଙ୍କାରେ କମ୍ପାନୀର ୨ ଶହ ମିଟର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

Advertisment

ଗୁରୁତର ୨ ଶ୍ରମିକ ହେଲେ ବରପଦା ଅଞ୍ଚଳର ବିଜୟ ମହାପାତ୍ର ଓ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୂତାର । ଉଭୟ ବେଦାନ୍ତ ଫେକର କମ୍ପାନିର ଫର୍ନେସରେ ଚାର୍ଜିଂ କାର୍ ଅପରେଟର ଭାବେ କାମ କରୁଥିବା ବେଳେ ଗତକାଲି  ଦୁର୍ଘଟଣା ଘଟିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଦୁଇ ଶ୍ରମିକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ ।

ତୁରନ୍ତ ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆଜି ସକାଳେ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ଏୟାରପୋର୍ଟକୁ ନିଆଯାଇ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି ।

Advertisment
Policeକମ୍ପାନି ସମ୍ମୁଖରେ ପୁଲିସ୍‌ ମୁତୟନ ।

ଏହି ସମୟରେ କମ୍ପାନୀ ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେବାରୁ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୩ ଆଇଆଇସି ଓ ଜଣେ ଏସ୍‌ଡିପିଓ ଉପସ୍ଥିତ ଅଛନ୍ତି। କମ୍ପାନୀଠୁ ୨ ମିଟର ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ହେବ ବୋଲି ଜଣାଯାଇଛି। 

ଭଦ୍ରକ ଏସ୍‌ପି ଛୁଟିରେ ଥିବାରୁ ଏହି ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ୱର ଏସ୍‌ପି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗୁରୁତରଙ୍କ ଜୀବନ ରକ୍ଷା କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ତେଣୁ ଏହି ସମୟରେ ଧୈର୍ଯ୍ୟ ଧରିବା ସହ ଆଇନ ହାତକୁ ନ ନେବାକୁ କହିଛନ୍ତି ଏସ୍‌ପି ସାଗରିକା ନାଥ।

ପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ମଧ୍ୟ ବେଦାନ୍ତ ଫେକର ପରିସରରେ ଚାର୍ଜିଂ କାର୍‌ ଅପେରେଟର ଵିଶ୍ଵଜିତ ଵିଶ୍ୱାଳ ନିଆଁରେ ପଡି ଗୁରୁତର ହୋଇଥିଲେ । କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମାର୍ଚ୍ଚ ୨୯ ତାରିଖରେ ମୃତ୍ୟୁ ହୋଇଥିଲା । ଯାହାକୁ କେନ୍ଦ୍ର କରି ବେଦାନ୍ତ ଫେକର ସମ୍ମୁଖରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ। ଏବେ ଅଳ୍ପ ଦିନ ବ୍ୟବଧାନରେ ପୁଣି ଥରେ ସମାନ ଘଟଣା ଘଟିଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Airlifting 144