Advertisment

ଆପଣ୍ଡା ଛକରେ ଲାଗିଲା ୧୪୪ ଧାରା

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ।

Aapanda Chowk

Aapanda Chowk

Advertisment

ସୀମା ବିବାଦରୁ ତୁମୁଳକାଣ୍ଡ ପରେ ୧୪୪ ଧାରି ଜାରି। ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆପଣ୍ଡା ଛକ ଏବଂ ଏହାର ୨ଶହ ମିଟର ଅଞ୍ଚଳରେ ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ।

Advertisment

ଗତକାଲି ଆପଣ୍ଡା ଛକରେ ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲା। କିଛି ଦୋକାନ ଭଙ୍ଗାରୁଜା ହେବା ସହ କାର୍ ଏବଂ ବାଇକ୍ ପୋଡ଼ାଜଳା ହୋଇଥିଲା। ଏହାପରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ମିଳିଥିବା ସୂଚନା ଅନୁଯାୟୀ, ଓରାଳି ଛକଟି ପୂର୍ବରୁ ଆନନ୍ଦପୁର ଅଧୀନରେ ଯାଉଥିବା ବେଳେ ସୀମା ନିର୍ଦ୍ଧାରଣ ବେଳେ ଏହା ଭଦ୍ରକ ଜିଲ୍ଲା ଅଧୀନରେ ଥିବା ଜଣାପଡିଛି । ତେବେ ଏହି ସୀମା ନିର୍ଦ୍ଧାରଣକୁ ଉଭୟ ପକ୍ଷ ନିଜର ବୋଲି ଦାବି କରିବା ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe