Advertisment

ଦୋକାନ ଆଗରୁ ଡିକି ତାଡ଼ି ଲୁଟିନେଲେ

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଓ ରୁପା ଲୁଟିନେଲେ। ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ଛକ ନିକଟରେ ଥିବା ଏକ ସୁନା ଦୋକାନ ସମ୍ମୁଖରୁ ଏଭଳି ଲୁଟ୍ ହୋଇଛି। ବାଇକ ଡିକିରେ ପାଖାପାଖି ୧୫୦ ଗ୍ରାମ ସୁନା ସହ ୧୦ କେଜି ରୁପା ଓ ୩୦ହଜାର ଟଙ୍କା ଥିବା ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ଦୋକାନୀ ଜଣକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଭଦ୍ରକ ସହର ଅନ୍ତର୍ଗତ […]

ଦୋକାନ ଆଗରୁ ଡିକି ତାଡ଼ି ଲୁଟିନେଲେ

loot

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଓ ରୁପା ଲୁଟିନେଲେ। ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ଛକ ନିକଟରେ ଥିବା ଏକ ସୁନା ଦୋକାନ ସମ୍ମୁଖରୁ ଏଭଳି ଲୁଟ୍ ହୋଇଛି। ବାଇକ ଡିକିରେ ପାଖାପାଖି ୧୫୦ ଗ୍ରାମ ସୁନା ସହ ୧୦ କେଜି ରୁପା ଓ ୩୦ହଜାର ଟଙ୍କା ଥିବା ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ଦୋକାନୀ ଜଣକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଭଦ୍ରକ ସହର ଅନ୍ତର୍ଗତ ନରିପୁର ଅଞ୍ଚଳର ଅଜୟ କୁମାର ସାହୁଙ୍କର ଥାନା ଛକ ନିକଟରେ ଏକ ସୁନା ଦୋକାନ ଅଛି। ସବୁଦିନ ଭଳି ଆଜି ଅଜୟ ବାଇକ ଯୋଗେ ନିଜ ଦୋକାନକୁ ଆସିଥିଲେ। କିଛି ସୁନା ଓ ରୁପା ସାମଗ୍ରୀ ଗୋଟିଏ ବ୍ୟାଗ ଭିତରେ ପୁରାଇ ବାଇକ୍ ଡିକି ଭିତରେ ରଖି ଦୋକାନକୁ ଆସିଥିଲେ।

ବାଇକଟି ଦୋକାନ ସମ୍ମୁଖରେ ରଖି ଦୋକାନ ଖୋଲିଥିଲେ ଅଜୟ। ଏହି ସମୟରେ କେହି ଦୃବୁର୍ତ୍ତ ମାନେ ଦୋକାନ ସମ୍ମୁଖରେ ଥିବା ବାଇକ ଡିକି ଭାଙ୍ଗି ସୁନା ଓ ରୁପା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ। ବ୍ୟାଗ ଭିତରେ ୧୫୦ ଗ୍ରାମର ସୁନା ଓ ୧୦ କିଲୋଗ୍ରାମର ରୂପା ଥିବା ଅଜୟ ଅଭିଯୋଗ କରିଛନ୍ତି। ଏହାସହ ଗାଡ଼ି ଡିକିରେ ୩୦ହଜାର ଟଙ୍କା ଥିବା ମଧ୍ୟ ଅଜୟ କହିଛନ୍ତି। ଏ ସଂକ୍ରାନ୍ତରେ ଭଦ୍ରକ ଟାଉନ ଥାନାରେ ଅଜୟ ଅଭିଯୋଗ କରିଛନ୍ତି। ଦିନ ଦ୍ୱିପ୍ରହରରେ ଥାନା ଛକ ନିକଟରେ କିଏ ଲୁଟ କରିଲା ତାହାର ପତ୍ତା ମିଳିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe