Advertisment

ଚାକିରି ଦେବା ନାଁରେ ଲୁଟୁଥିଲେ, ଧରା ପକାଇଦେଲା ଚେକ୍ ବାଉନ୍ସ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଚେକ୍ ବାଉନ୍ସରୁ ଫିଟିଲା ବଡ଼ ଗୁମର। ସିଆରପିଏଫରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ ଘଟଣା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ବନ୍ତ ପୁଲିସ। ଖବର ଅନୁଯାୟୀ ଭଦ୍ରକ ଗ୍ରାମଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆରପିଏଫରେ ଚାକିରି କରାଇ ଦେବାର ପ୍ରଲୋଭନ ବହୁ […]

ଅଦ୍ୟତନ ହୋଇଛି
ଚାକିରି ଦେବା ନାଁରେ ଲୁଟୁଥିଲେ, ଧରା ପକାଇଦେଲା ଚେକ୍ ବାଉନ୍ସ

bhadrak

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଚେକ୍ ବାଉନ୍ସରୁ ଫିଟିଲା ବଡ଼ ଗୁମର। ସିଆରପିଏଫରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ ଘଟଣା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ବନ୍ତ ପୁଲିସ।

Advertisment

ଖବର ଅନୁଯାୟୀ ଭଦ୍ରକ ଗ୍ରାମଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆରପିଏଫରେ ଚାକିରି କରାଇ ଦେବାର ପ୍ରଲୋଭନ ବହୁ ବେକାର ଯୁବକଙ୍କୁ ଦେଇଥିଲେ। ଏନେଇ ଏକାଧିକ କିସ୍ତିରେ ବହୁ ଯୁବକଙ୍କ ଠାରୁ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ସେ ନେଇଥିବା ଜଣାପଡିଛି।

ତେବେ ସମୟ ଅତିକ୍ରାନ୍ତ ହେଉଥିଲେ ମଧ୍ୟ ପ୍ରତିଶୃତି ମୁତାବକ ଚାକିରି ନହେବା ଯୋଗୁଁ ସତ୍ୟ ପ୍ରକାଶ ନାମକ ଜଣେ ଯୁବକ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିଥିଲେ। ଯାହା ପରେ କରୁଣାକର ଏକ ଚେକ୍ ଦେଇଥିଲେ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଚେକ୍‌ଟି ବାଉନ୍ସ ହୋଇ ଫେରି ଆସିଥିଲା। ଏନେ ଇଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଘଟଣା ଶେଷରେ ଥାନାକୁ ଯାଇଥିଲା।

Advertisment

ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହି ଘଟଣାରେ କରୁଣାକର ରାଉତଙ୍କ ସହ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢି ଆଗ୍ରାମର କିଷାନ ନାୟକକୁ ଗିରଫ କରିଛି। କିଷାନ ମଧ୍ୟ ସିଆରପିଏଫରେ ଚାକିରି କରାଇ ଦେବା କହି ବହୁ ଯୁବକଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଯାହା ପରେ ଉଭୟଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe