Advertisment

ପିଟି ଦେଲା ଅଜଣା ଗାଡ଼ି; ଆଖି ବୁଜିଲେ ୨ ବାଇକ୍‌ ଆରୋହୀ

ଉଭୟ ବିଶ୍ୱଜିତ ଓ ସାନୁ ଧାନକଟା ମେଶିନ ଅପରେଟର ଭାବେ କାମ କରୁଥିଲେ। କିଛି ଦିନ ହେଲା ସେମାନେ କାମ ନିମନ୍ତେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆସିଥିଲେ। ଆଜି ସକାଳେ ଉଭୟ ବାଇକ୍‌ ଯୋଗେ ନିଜ ଗାଁ ଅଭିମୁଖେ ବାହାରିଥିଲେ।

ଅଦ୍ୟତନ ହୋଇଛି
undefined

Accident

Advertisment

ଭଦ୍ରକ ଜିଲ୍ଲାର ନଳାଙ୍ଗ ଛକ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଆଖି ବୁଜିଥିବା ଜଣାଯାଇଛି। ମୃତକଦ୍ୱୟ ହେଲେ ବିଶ୍ୱଜିତ ରାଉତ ଓ ସାନୁ ସ୍ୱାଇଁ। ସେମାନଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାଯାଇଛି।

Advertisment

ଉଭୟ ବିଶ୍ୱଜିତ ଓ ସାନୁ ଧାନକଟା ମେଶିନ ଅପରେଟର ଭାବେ କାମ କରୁଥିଲେ। କିଛି ଦିନ ହେଲା ସେମାନେ କାମ ନିମନ୍ତେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆସିଥିଲେ। ଆଜି ସକାଳେ ଉଭୟ ବାଇକ୍‌ ଯୋଗେ ନିଜ ଗାଁ ଅଭିମୁଖେ ବାହାରିଥିଲେ।

ମାତ୍ର ନଳାଙ୍ଗ ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ୧ ନଂ ଜାତୀୟ ରାଜପଥରେ ସେମାନେ ବାଇକ୍ ଯୋଗେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍‌ରୁ ଛିଟିକି ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ।

Advertisment

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ

Accident Deadbody Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe