Advertisment

ମାଉସୀଙ୍କୁ ଭଲ ପାଇଲା, ଝିଆରୀକୁ ନେଇ ପଳାଇଲା; ତା’ପରେ...

ଯାହାକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ, ସିଏ ନିଜ ନିଜ ଝିଆରୀଙ୍କୁ ନେଇଯାଇଥିବା ଖବର ପାଇ ବିଚଳିତ ହୋଇପଡ଼ିଥିଲେ ପଦ୍ମିନୀ। ରବିବାର ଦିନ ଘରକୁ ଫେରିଥିଲେ। ପରେ ପରିବାର ଲୋକଙ୍କ ସହ ଥାନାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Girl

Girl

Advertisment

ବଦ୍‌ମାସ ପ୍ରେମିକ! ଯାହାକୁ ଭଲ ପାଉଥିଲା, ତା’ ଝିଆରୀଙ୍କୁ ନେଇ ପଳାଇଗଲା। ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରେମିକଙ୍କ ଏପରି କାରନାମା ଶୁଣି ଝୁଲି ପଡ଼ିଲେ ପ୍ରେମିକା। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବାସୁଦେବପୁର ଥାନା ଅଞ୍ଚଳର ୨୪ ବର୍ଷୀୟା ଯୁବତୀ ପଦ୍ମିନୀ (ଛଦ୍ମନାମ) ପାଖ ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣକ ମଧ୍ୟ ପଦ୍ମିନୀଙ୍କୁ ଭଲ ପାଉଥିଲେ। ଭବିଷ୍ୟତକୁ ନେଇ ଉଭୟ କେତେ କ’ଣ ସ୍ୱପ୍ନ ଦେଖିଥିଲେ। ଏହାରି ଭିତରେ ପଦ୍ମିନୀଙ୍କର ଚାକିରି ହୋଇଯାଇଥିଲା। ସେ ଭୁବନେଶ୍ୱରରେ ପଳାଇ ଯାଇଥିଲେ। ଏଠାରେ ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ଭୁବନେଶ୍ୱର ଆସିବା ପରେ ପଦ୍ମିନୀ ତାଙ୍କ ପ୍ରେମିକଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ।

ହେଲେ ପ୍ରେମିକ ପ୍ରବର ଥିଲା ଭାରି ଚତୁର। ପଦ୍ମିନୀଙ୍କୁ ବାହା ହେବା ପାଇଁ କଥା ଦେଇଥିଲା, କିନ୍ତୁ ଯୁକ୍ତ ଦୁଇରେ ପଢ଼ୁଥିବା ତାଙ୍କ ଝିଆରୀ(ବଡ଼ ଭଉଣୀଙ୍କ ଝିଅ)ଙ୍କ ଉପରେ ଆଖି ପକାଇଥିଲା। ମିଠା ମିଠା କଥା କହି ତାଙ୍କ ମନ କିଣିଥିଲା। ତା’ପରେ ତାଙ୍କୁ ଭଲ ପାଉଥିଲା। ଆଉ ସମୟ ସୁବିଧା ଦେଖି ଗତ ଶୁକ୍ରବାର ଦିନ ପଦ୍ମିନୀଙ୍କ ଝିଆରୀଙ୍କୁ ଉଠାଇ ନେଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା।

Advertisment

ଯାହାକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ, ସିଏ ନିଜ ନିଜ ଝିଆରୀଙ୍କୁ ନେଇଯାଇଥିବା ଖବର ପାଇ ବିଚଳିତ ହୋଇପଡ଼ିଥିଲେ ପଦ୍ମିନୀ। ରବିବାର ଦିନ ଘରକୁ ଫେରିଥିଲେ। ପରେ ପରିବାର ଲୋକଙ୍କ ସହ ଥାନାକୁ ଯାଇଥିଲେ। ଅଭିଯୁକ୍ତକୁ ଧରିବା ପରିବା ପାଇଁ ପୁଲିସ୍‌କୁ ଅନୁରୋଧ କରିଥିଲେ। ପୁଲିସ ମଧ୍ୟ ଆଶ୍ୱାସନା ଦେଇଥିଲା। ସନ୍ଧ୍ୟା ବେଳେ ଘରକୁ ଫେରିଥିଲେ ପଦ୍ମିନୀ। ଦେହ ଭଲ ନଥିବା ପରିବାର ଲୋକଙ୍କୁ କହି ରାତିରେ ଘରେ ଏକାକୀ ଶୋଇଥିଲେ।

ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଦ୍ମିନୀ ଘରୁ ଉଠିନଥିଲେ। ପରିବାର ଲୋକେ କବାଟି ବାଡେଇ ଥିଲେ। ମାତ୍ର ସେ କବାଟ ଖୋଲିନଥିଲେ। ସେ ଘର ଭିତରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ବାସୁଦେବପୁର ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ-ବାସୁଦେବପୁରରୁ ସୂର୍ଯ୍ୟଦ୍ୟୋୟ ବିଶ୍ୱାଳ

Suicide Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe