Advertisment

୧୫ଫୁଟ ତଳକୁ ଖସିଲା ଚିପ୍ସ ବୋଝେଇ ଟ୍ରକ୍

କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରକଟି ଭାରସ୍ୟାମ ହରାଇ ଜାତୀୟ ରାଜପଥ ତଳକୁ ଓଲଟି ପଡିଥିବା କୁହାଯାଉଛି।

accident

accident

Advertisment

ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଜାତୀୟ ରାଜପଥର ୧୫ଫୁଟ୍‌ ତଳକୁ ଖସି ପଡ଼ିବାରୁ ୩ଜଣ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଟ୍ରକ୍‌ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ସାଧାରଣ ଲୋକ। କାହାର ପରିଚୟ ମିଳିନାହିଁ। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଚିପ୍ସ ବୋଝେଇ ଟ୍ରକ୍‌ଟି ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଗେଲପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ୧୫ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ସାଧାରଣ ଲୋକ ଉପରେ ଚିପ୍ସ ଗୁଡ଼ିକ ପଡ଼ିଯାଇଥିଲା। ସେ ମଧ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରକଟି ଭାରସ୍ୟାମ ହରାଇ ଜାତୀୟ ରାଜପଥ ତଳକୁ ଓଲଟି ପଡିଥିବା କୁହାଯାଉଛି। ପୁଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe