Advertisment

୩୦ ଟନ କୋଇଲା ଜବତ

ଭଦ୍ରକ(ଓଡ଼ଶା ରିପୋର୍ଟର): ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା ଏପଟେ ପୁଲିସର ଇଙ୍ଗିତରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ ମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଚୋରା କୋଇଲା ଚାଲାଣ ହେଉଥିବା ଗାଡିକୁ ଜବତ କରିଛି ଏସଟିଏଫ । ଭଦ୍ରକ ଧୂଷୁରୀ ଥାନା ପୁଲିସ ଏହି ଟ୍ରକକୁ ଥାନାରେ ଅଟକ ରଖିଛି  । ଦଶ […]

୩୦ ଟନ କୋଇଲା ଜବତ

7j

Advertisment

ଭଦ୍ରକ(ଓଡ଼ଶା ରିପୋର୍ଟର): ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା ଏପଟେ ପୁଲିସର ଇଙ୍ଗିତରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ ମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଚୋରା କୋଇଲା ଚାଲାଣ ହେଉଥିବା ଗାଡିକୁ ଜବତ କରିଛି ଏସଟିଏଫ ।

Advertisment

ଭଦ୍ରକ ଧୂଷୁରୀ ଥାନା ପୁଲିସ ଏହି ଟ୍ରକକୁ ଥାନାରେ ଅଟକ ରଖିଛି  । ଦଶ ଚକିଆ ଟ୍ରକରେ ଚୋରା କୋଇଲା ବୋଝେଇ ହୋଇ ତିହିଡି ଅଞ୍ଚଳରୁ ଧାମନଗର ଓ ଯାଜପୁରକୁ ଚାଲାଣ ହେଉଥିବା ବେଳେ ଧରାପଡିଛି । ଅସୁରାଳି ବଜାର ପାଖରେ ଛିଡା ହୋଇଥିବା ବେଳେ ପୁଲିସ ଏହି ଗାଡ଼ିରେ ଥିବା ପ୍ରାୟ ୬୦୦ଶହ ବସ୍ତା କୋଇଲା ବ୍ୟାଗ ଜବତ କରିଛି।

ଯାହାର ଓଜନ ୩୦ଟନ ହେବ । ଗାଡିର ଡ୍ରାଇଭର ଓ ହେଲପର ଉଭୟଙ୍କୁ ଅଟକ ରଖିଥିବା ବେଳେ ଚୋରା କୋଇଲା ଚାଲାଣର ମୁଖ୍ୟ ଅଭିଯୁକ୍ତ ଭଗବାନ ଦାସକୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଅଟକ ରହିଥିବା  ଡ୍ରାଇଭର ସନୋଜ ସାହା ଓ ହେଲପର ମୁକେଶ ଯାଦବ ବିହାର ରାଜ୍ୟର ହୋଇଥିବା ବେଳେ ଚୋରା କୋଇଲା ଚାଲାଣ ର ମୁଖ୍ୟ ତିହିଡି ଥାନା ହାଟୁଆରି ଗ୍ରାମର ଭଗବାନ ଦାସ ଓରଫ ବାୟା କୁ ମଧ୍ୟ ପଚରାଉଚୁରା କରୁଛି ଧୂସୁରି ପୁଲିସ । ସୂଚନା ଅନୁଯାୟୀ ଭଗବାନ ଦାସ ଓରଫ ବାୟା ନାମରେ ଭଦ୍ରକ ଜିଲ୍ଲା ସମେତ , କେନ୍ଦ୍ରାପଡା, ଯାଜପୁର ଆଦି ଥାନାରେ ବହୁ ମାମଲା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe