Advertisment

୩୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକରୁ ପୁଣି ଜବତ ହେଲା ବିପୁଳ ପରିମାଣ ବ୍ରାଉନ ସୁଗାର। ଭଦ୍ରକ ପୁରୁଣାବଜାର ପୁଲିସ ୩୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ। ଭଦ୍ରକ – ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରେ ପୁଲିସ୍ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ବାସୁଦେବପୁର ଅଞ୍ଚଳର ମନୋରଞ୍ଜନ ମଲ୍ଲିକ। ପୁଲିସର କହିବାନୁଯାୟୀ, ଭଦ୍ରକ – ଚାନ୍ଦବାଲି ରାସ୍ତା କାରମେଲ […]

୩୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Brown-sugar

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକରୁ ପୁଣି ଜବତ ହେଲା ବିପୁଳ ପରିମାଣ ବ୍ରାଉନ ସୁଗାର। ଭଦ୍ରକ ପୁରୁଣାବଜାର ପୁଲିସ ୩୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ। ଭଦ୍ରକ - ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରେ ପୁଲିସ୍ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କରିଛି।

Advertisment

ଅଭିଯୁକ୍ତ ଜଣଙ୍କ ହେଲେ ବାସୁଦେବପୁର ଅଞ୍ଚଳର ମନୋରଞ୍ଜନ ମଲ୍ଲିକ। ପୁଲିସର କହିବାନୁଯାୟୀ, ଭଦ୍ରକ - ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରେ ମନୋରଞ୍ଜନ ବାଇକ ଧରି ଛିଡ଼ା ହୋଇଥିଲେ। ଜଳେଶ୍ୱରରୁ ବେପାରୀ ବ୍ରାଉନ ସୁଗାର ଆଣି ମନୋରଞ୍ଜନକୁ ଦେଇ ପଳାଇଥିଲେ। ତେବେ କୌଣସି ସୂତ୍ରରୁ ପୁଲିସ କାନରେ ଖବର ପହଞ୍ଚିଥିଲା।

ପରେ ପୁରୁଣାବଜାର ପୁଲିସର ଏକ ଟିମ କାରମେଲ ସ୍କୁଲ ନିକଟରେ ବ୍ରାଉନ ସୁଗାର ଜବତ କରିବା ସହ ମନୋରଞ୍ଜନକୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ବାଇକ ମଧ୍ୟ ଜବତ କରିଛି ପୁଲିସ। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଭଦ୍ରକ ପୁଲିସ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe