Advertisment

ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗ୍ୟାରେଜ୍‌ରେ ଲାଗି ଗଲା ନିଆଁ। ଆଉ ଦେଖୁ ଦେଖୁ ଜଳିଗଲା ୪ଟି ବସ୍‌। ତା’ ସାଙ୍ଗରେ ଗୋଟିଏ ସ୍କୋର୍ପିଓ ଓ କ୍ୟାବିନ୍ ବି ପୋଡ଼ି ଗଲା। ଭଦ୍ରକ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା୧୬ ନଂ ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ। ଏହି ସମୟରେ ବସ୍‌ ଭିତରେ କିଛି କର୍ମଚାରୀ ଶୋଇଥିଲେ। ନିଆଁ ଲାଗିବା […]

ଅଦ୍ୟତନ ହୋଇଛି
ଜଳିଗଲା ୪ ବସ୍‌, ଗୋଟିଏ କାର୍‌

fire

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗ୍ୟାରେଜ୍‌ରେ ଲାଗି ଗଲା ନିଆଁ। ଆଉ ଦେଖୁ ଦେଖୁ ଜଳିଗଲା ୪ଟି ବସ୍‌। ତା’ ସାଙ୍ଗରେ ଗୋଟିଏ ସ୍କୋର୍ପିଓ ଓ କ୍ୟାବିନ୍ ବି ପୋଡ଼ି ଗଲା। ଭଦ୍ରକ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।

Advertisment

ଭଦ୍ରକ ଜିଲ୍ଲା୧୬ ନଂ ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ।

ଏହି ସମୟରେ ବସ୍‌ ଭିତରେ କିଛି କର୍ମଚାରୀ ଶୋଇଥିଲେ। ନିଆଁ ଲାଗିବା ଦେଖି ଜୀବନ ବିକଳରେ ସେମାନେ ବାହାରକୁ ଦୌଡ଼ି ପଳାଇଥିଲେ ଓ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷରେ ବସ୍‌ ଗୁଡ଼ିକରେ ନିଆଁ ଲାଗି ଯାଇଥିବା ଦେଖି କିଛି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Advertisment

ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ପହଞ୍ଚି ଥିଲା ଓ  ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲା। ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ। ମାତ୍ର ସେତେବେଳକୁ ୪ଟି ଯାକ ବସ୍‌ ସହିତ ଗୋଟିଏ ସ୍କୋର୍ପିଓ ଏବଂ ଗୋଟିଏ କ୍ୟାବିନ୍ ପୋଡ଼ି ପାଉଁଶ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe