କୁକୁଡ଼ା ଚିଆଁ ନେବାକୁ ଆସି ଓଲଟିଲା ଟ୍ରକ୍‌; ୫ ଗୁରୁତର

ତ୍ରୀଶଳପୁର ଛକ ନିକଟରେ ଟ୍ରକ୍‌ଟି ସମ୍ମୁଖରେ ଥିବା ଅନ୍ୟ ଏକ ଟ୍ରକକୁ ପଛରୁ ପିଟି ରାସ୍ତା କଡକୁ ଓଲଟି ପଡିଥିଲା ।

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ।

  • Published: Saturday, 29 April 2023
  • , Updated: 29 April 2023, 07:58 AM IST

କୁକୁଡ଼ା ଚିଆଁ ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣାର ଶିକାର ହେଲା । ଫଳରେ ଟ୍ରକରେ ଥିବା ସମୁଦାୟ ୬ ଜଣଙ୍କ ମଧ୍ୟରୁ ୫ ଜଣ ଅବସ୍ଥା ଗୁରୁତର ରହିଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

କଲିକତା ଅଞ୍ଚଳରୁ ଏକ ଟ୍ରକ କୁକୁଡ଼ା ଚିଆଁ ନେବା ପାଇଁ ଓଡ଼ିଶା ଆସିଥିଲା। ମାତ୍ର ତ୍ରୀଶଳପୁର ଛକ ନିକଟରେ ଟ୍ରକ୍‌ଟି ସମ୍ମୁଖରେ ଥିବା ଅନ୍ୟ ଏକ ଟ୍ରକକୁ ପଛରୁ ପିଟି ରାସ୍ତା କଡକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ପଶ୍ଚିମବଙ୍ଗର ବୋଲି ଜଣା ପଡ଼ିଛି । ତେବେ ଡ୍ରାଇଭରଙ୍କର ଆଖି ଲାଗି ଯିବାରୁ ଟ୍ରକ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । 

Related story