Advertisment

୫ ସିନ୍ଧି ଚୋର ଗ୍ୟାଙ୍ଗ ସହ ୪ ରିସିଭରଙ୍କୁ ଗିରଫ କରିଲା ପୁଲିସ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଆନ୍ତଃଜିଲ୍ଲା ସିନ୍ଧି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ପୁଲିସ। ପୁଲିସ୍ ୫ ଜଣ ସିନ୍ଧି ଚୋର ଓ ୪ ରିସିଭରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୁପା ଜବତ କରାଯାଇଛି। ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ ସୁନା, ୪ କେଜି ରୁପା ସହ ଲୁଟ୍ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ପୁଲିସର କହିବା ଅନୁଯାୟୀ, ଗତ ଜୁଲାଇ ୨୨ ତାରିଖରେ […]

୫ ସିନ୍ଧି ଚୋର ଗ୍ୟାଙ୍ଗ ସହ ୪ ରିସିଭରଙ୍କୁ ଗିରଫ କରିଲା ପୁଲିସ

bhadrak

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଆନ୍ତଃଜିଲ୍ଲା ସିନ୍ଧି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ପୁଲିସ। ପୁଲିସ୍ ୫ ଜଣ ସିନ୍ଧି ଚୋର ଓ ୪ ରିସିଭରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୁପା ଜବତ କରାଯାଇଛି। ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ ସୁନା, ୪ କେଜି ରୁପା ସହ ଲୁଟ୍ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

Advertisment

ପୁଲିସର କହିବା ଅନୁଯାୟୀ, ଗତ ଜୁଲାଇ ୨୨ ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହୋଇଥିଲା। ଯାହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକୁ ଆଧାର କରି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏହି ଲୁଟେରା ମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରିଥିଲା।

ଏହି ଚୋର ମାନେ ବିଭିନ୍ନ ଅଳଙ୍କାର ଦୋକାନରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ। ପରେ ଏହି ସିନ୍ଧି ଚୋର ଗ୍ୟାଙ୍ଗକୁ ଠାବ କରି ୫ ଜଣ ସିନ୍ଧି ଚୋର ଓ ୪ ଜଣ ରିସିଭରଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍। ଏହି ଲୁଟେରା ଗ୍ୟାଙ୍ଗ ଭଦ୍ରକ, ଯାଜପୁର, ଢେଙ୍କାନାଳ, ଭୁବନେଶ୍ୱର, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ଘରେ ପଶି କଳା କନା ବୁଲାଉଥିଲେ। ଲୋକଙ୍କ ଘରୁ ବିଭିନ୍ନ ଅଳଙ୍କାର ସାମଗ୍ରୀ ଚୋରି କରି ଦୋକାନ ରେ ବିକ୍ରି କରୁଥିଲେ। ଏପରିକି ଏହି ସୁନା ଓ ରୁପା ଚୋରି ସାମଗ୍ରୀକୁ ବନ୍ଧକ ଦେଇ ମାନାପୁରମ ଗୋଲ୍ଡ ଲୋନରୁ ଋଣ ନେଇଥିବା ପୁଲିସ ସୂଚନା ଦେଇଛି।

Advertisment

ସେମାନଙ୍କ ନିକଟରୁ ଏଭଳି ଚୋରି ସାମଗ୍ରୀ ଜବତ ହେବା ସହ ବାଇକ, ମୋବାଇଲ, ଖେଳନା ବନ୍ଧୁକ, ଚୋରି ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଗ୍ରାମାଞ୍ଚଳ ପୁଲିସ ଅଧିକ ତଦନ୍ତ ଚଳାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe