Advertisment

ନଦୀରେ ବନ୍ଧା ହୋଇ ରହିଛି "କଳା ସାରାଣ୍ଟ" ମାଛ, ଜମୁଛି ଲୋକଙ୍କ ଭିଡ଼

ଏହି ମାଛ ବିଶେଷ କରି ପାହାଡିଆ ଅଞ୍ଚଳରେ ରହିଥାନ୍ତି।

author-image
Tapaswini Nayak
Bhadrak

Bhadrak

ନଦୀରେ ବନ୍ଧା ହୋଇ ରହିଛି ବିରାଟ କାୟ "କଳା ସାରାଣ୍ଟ" ମାଛ। ଯାହାକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଭଦ୍ରକ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି।

Advertisment

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ବିରାଟ କାୟ "କଳା ସାରାଣ୍ଟ" ମାଛ ପଡିଛି ।
ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି। ବୈତରଣୀ ନଦୀର ପିତେଇପୁର ଘାଟରେ ଏହି ବଡ଼ ମାଛ ଜାଲରେ ପଡିଥିଲା। ଏହି "କଳା ସାରାଣ୍ଟ" ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋ ହେବ ବୋଲି ଅନୁମାନ କରାଯାଉଛି।

ଏହି ମାଛ ବିଶେଷ କରି ପାହାଡିଆ ଅଞ୍ଚଳରେ ରହିଥାନ୍ତି। ମାଛଟି ଦେଖିବାକୁ କଣ୍ଟିଆ ପ୍ରଜାତିର ମାଛ ଭଳି। ମାଛ ସିନା ଜାଲରେ ପଡିଲା ହେଲେ ନା ତାକୁ ବିକି ହେଉଛି ନା ଘରେ ରଖି ହେଉଛି। ଶେଷରେ ବାଧ୍ୟ ହୋଇ ବିକ୍ରି ହେଲା ପର୍ଯ୍ୟନ୍ତ ନଦୀରେ ତାକୁ ଶକ୍ତ ଦଉଡିରେ ବାନ୍ଧି ରଖିଛନ୍ତି ମତ୍ସ୍ୟଜୀବୀ। ଏହାକୁ ଦେଖିବା ପାଇଁ ଭିଡ ଜମୁଛି ନଦୀ ପଠାରେ।

Advertisment
Bhadrak