Advertisment

ବୈତରଣୀ ବ୍ରିଜରୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକରେ ଘଟିଛି ଏକ ଅଘଟଣ। ବୈତରଣୀ ବ୍ରିଜରୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି ଜଣେ କଲେଜ ଛାତ୍ରୀ।  ନିଖୋଜ ଛାତ୍ରୀଙ୍କ ନାଁ ସିମରନ ଜେନା ବୋଲି ଜଣାପଡ଼ିଛି। ସିମରନଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସୂଚନା ଅନୁଯାୟୀ, ସିମରନଙ୍କ ନିଜ ଘର ଭଦ୍ରକ ଜିଲ୍ଲା ଓରାସାହିରେ । ମାତ୍ର ସେ ନିଜ ମାମୁ ଘର ରାଜକନିକାର ବରାଡ଼ିଆରେ ରହି […]

author-image
Niharika Rout
ଅଦ୍ୟତନ ହୋଇଛି
ବୈତରଣୀ ବ୍ରିଜରୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ

rescue team

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକରେ ଘଟିଛି ଏକ ଅଘଟଣ। ବୈତରଣୀ ବ୍ରିଜରୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି ଜଣେ କଲେଜ ଛାତ୍ରୀ।  ନିଖୋଜ ଛାତ୍ରୀଙ୍କ ନାଁ ସିମରନ ଜେନା ବୋଲି ଜଣାପଡ଼ିଛି। ସିମରନଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି ।

Advertisment

ସୂଚନା ଅନୁଯାୟୀ, ସିମରନଙ୍କ ନିଜ ଘର ଭଦ୍ରକ ଜିଲ୍ଲା ଓରାସାହିରେ । ମାତ୍ର ସେ ନିଜ ମାମୁ ଘର ରାଜକନିକାର ବରାଡ଼ିଆରେ ରହି ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଆଜି ସକାଳେ କମ୍ପ୍ୟୁଟର କ୍ଲାସ ନିମନ୍ତେ ସିମରନ ମାମୁ ଘରୁ ବାହାରି ଆସିଥିଲେ। ଏହାପରେ କ୍ଲାସ୍ ସାରି ସେ ବୈତରଣୀ ବ୍ରିଜ ଉପରକୁ ନିଜ ସାଇକେଲ ଯୋଗେ ଯାଇଥିଲେ। ସେଠାରେ ସାଇକେଲ ରଖି ହଠାତ୍‌ ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ରାଜକନିକା ଓ ଚାନ୍ଦବାଲିରୁ ୨ଟି  ଅଗ୍ନିଶମ ଟିମ୍‌ ପହଞ୍ଚିଥିଲେ ବି ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ଛାତ୍ରୀଙ୍କ ବ୍ୟାଗରେ ଥିବା ସାର୍ଟିଫିକେଟରୁ ତାଙ୍କ ପରିଚୟ ଜାଣି ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲେ ସ୍ଥାନୀୟ ଲୋକେ । ଏହାପରେ ସିମରନଙ୍କ ମାମୁ ଘର ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସିମରନଙ୍କ ବାପାଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାଯାଇଛି। ତେବେ ସେ କ’ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି।

Advertisment