Advertisment

ବୁଡ଼ି ଯାଉଥିଲା ସାଙ୍ଗ, ବଞ୍ଚାଇବାକୁ ଯାଇ ଦୁହେଁ ବୁଡ଼ିଗଲେ

ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଶ୍ୟାମପୁର ଗାଁରେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
death

death

Advertisment

ବୁଡ଼ି ଯାଉଥିଲା ସାଙ୍ଗ, ବଞ୍ଚାଇବାକୁ ଯାଇ ପୋଖରୀ ହୁଡ଼ା ଉପରେ ଠିଆ ହୋଇଥିବା ଅନ୍ୟ ସାଙ୍ଗ ଜଣକ ପୋଖରୀକୁ ଲମ୍ପ ଦେଇଥିଲା। ଭାବିଥିଲା ସାଙ୍ଗକୁ ଉଦ୍ଧାର କରି କୂଳକୁ ଚାଲି ଆସିବ। ହେଲେ ବିଧିରବିଧାନ ଥିଲା କିଛି ଅଲଗା। ଦୁହେଁ ଧରାଧରି ହୋଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଶ୍ୟାମପୁର ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ଦକ୍ଷିଣବାଡ଼ ଅଞ୍ଚଳର ମୁକେଶ ଗିରି ଓ କମଳ ଲୋଚନ ମଲ୍ଲିକ। ଏହି ଛାତ୍ରମାନେ ଦଶମ ଶ୍ରେଣୀରେ ପଢ଼ୁଥିଲେ।

Advertisment

ସୂଚନା ମୁତାବକ, ଶ୍ୟାମପୁର ଗାଁ’ ସ୍ଥିତ ଏକ ମଠ ନିକଟରେ ଥିବା ପୋଖରୀକୁ ୩ ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ। ଦୁଇ ସାଙ୍ଗ ପୋଖରୀ ଉପରେ ଠିଆ ହୋଇଥିବା ବେଳେ ଜଣେ ପାଣିରେ ଗାଧୋଇବା ବେଳେ ବୁଡି ଯାଇଥିଲେ।

ଏହା ଦେଖିବା ପରେ ଉପରେ ଠିଆ ହୋଇଥିବା ଗୋଟିଏ ସାଙ୍ଗ ପାଣିକୁ ଡେଇଁ ସାଙ୍ଗକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦୁହେଁ ପାଣି ଭିତରେ ଧରାଧରି ହୋଇ ବୁଡ଼ି ଯାଉଥିବା ଲକ୍ଷ୍ୟ କରି ଅନ୍ୟ ସାଙ୍ଗ ଜଣଙ୍କ ଲୋକଙ୍କୁ ଡାକ ପକାଇଥିଲା। ଲୋକେ ପହଞ୍ଚିବା ବେଳକୁ ଦୁହେଁ ପାଣିରେ ବୁଡ଼ି ସାରିଥିଲେ।

Advertisment

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପୋଖରୀରୁ ଦୁହିଁଙ୍କୁ ଖୋଜି ବାହାର କରାଯାଇଥିଲା। ପରେ ଦୁହିଁଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲା।

ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବଢ଼ିଲା ପୁଅମାନଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Unnatural Death Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe