Advertisment

ଟ୍ରେନ୍ ଇଣ୍ଟର ଲକ୍‌ରେ ଦୁର୍ବୃତ୍ତ ରଖି ଦେଇଥିଲେ ପଥର, ସୌଭାଗ୍ୟକୁ ଟଳିଗଲା ବଡ଼ ଦୁର୍ଘଟଣା

ଟ୍ରେନ୍‌ ଇଣ୍ଟର ଲକ୍‌ରେ ଦୁର୍ବୃତ୍ତ ରଖିଥିଲେ ପଥର। ହେଲେ ରେଲୱେ କର୍ମଚାରୀଙ୍କ ଦୃଷ୍ଟି ପଡ଼ିବା ପରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ଏହି ପଥର ହଟାଇ ଦିଆଯିବାରୁ ଏକ ନିଶ୍ଚିତ ଟ୍ରେନ୍‌ ଦୁର୍ଘଟଣା ଟଳି ଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Boulder stuck in the interlock at Manjuri Railway station

Boulder stuck in the interlock at Manjuri Railway station

ଟ୍ରେନ୍‌ ଇଣ୍ଟର ଲକ୍‌ରେ ଦୁର୍ବୃତ୍ତ ରଖିଥିଲେ ପଥର। ହେଲେ ରେଲୱେ କର୍ମଚାରୀଙ୍କ ଦୃଷ୍ଟି ପଡ଼ିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ବୁଦ୍ଧି ଖଟାଇ ଏହି ପଥରକୁ ହଟାଇ ଦେବାରୁ ଏକ ନିଶ୍ଚିତ ଟ୍ରେନ୍‌ ଦୁର୍ଘଟଣା ଟଳି ଯାଇଛି। ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ମନରୁ ନହୁଟୁଣି ଆଜି ଭଦ୍ରକ ଜିଲ୍ଲାରୁ ଏଭଳି ଖବର ଆସିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀ ରୋଡ୍‌ ଷ୍ଟେଶନ ନିକଟରେ ଥିବା ଇଣ୍ଟର ଲକିଂରେ ଏହି ପଥର ରଖାଯାଇଥିଲା। ଘଟଣାଟି ଗତକାଲି ଘଟିଥିବା ବେଳେ ଆଜି ଏହାର ଚିତ୍ର ସାମ୍ନାକୁ ଆସିଛି।

Advertisment

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ମଞ୍ଜୁରୀ ରୋଡ୍‌ ଷ୍ଟେସନ୍‌ ନିକଟ ରେଲୱେ ଟ୍ରାକ୍‌ର ଇଣ୍ଟର ଲକ୍‌ ମଝିରେ କେହି ଦୁର୍ବୃତ୍ତ ଏହି ପଥର ରଖି ଦେଇଥିଲା। ଯାହା ଏକ ଟ୍ରେନ୍‌ ଦୁର୍ଘଟଣା ଘଟାଇବା ନିମନ୍ତେ ପର୍ଯ୍ୟାପ୍ତ। ହେଲେ ସୌଭାଗ୍ୟରେ ଟ୍ରାକ୍‌ ଚେକିଂ ବେଳେ ଏହା ଜଣେ ରେଳ କର୍ମଚାରୀଙ୍କ ନଜରରେ ପଡ଼ିଥିଲା। ସେ ତତ୍‌କ୍ଷଣାତ୍ ଉପସ୍ଥିତ ବୁଦ୍ଧି ଖଟାଇ ରେଲୱେ କର୍ତ୍ତୃପକ୍ଷଙ୍କୁ ସୂଚିତ କରିଥିଲେ। ବିଭାଗୀୟ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଇଣ୍ଟର ଲକ୍‌ ମଝିରେ ରଖାଯାଇଥିବା ଏହି ପଥରକୁ ଭିଡ଼ି ବାହାର କରିଥିଲେ। ଫଳରେ ଏକ ନିଶ୍ଚିତ ଟ୍ରେନ୍‌ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି।

ଏନେଇ ଆରପିଏଫ୍ ଥାନାରେ ଷ୍ଟେସନ ମ୍ୟାନେଜର ଏକ ଏତଲା ଦେଇଛନ୍ତି। ସେପଟେ ଏତଲା ପାଇବା ପରେ ଘଟଣାର ତଦନ୍ତ ଚାଲିଥିବା ଆରପିଏଫ୍ ଇନ୍‌ପେକ୍ଟର ଦିଲ୍ଲୀପ କୁମାର କହିଛନ୍ତି।

Advertisment

ସୂଚନା ଥାଉକି, କିଛିଦିନ ଅନ୍ତରରେ ଘଟିଥିବା ୨ଟି ରେଳ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ୨୮୮ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୨ଶହ ଲୋକ ଆହତ ହୋଇଥିଲେ। ଯେତେବେଳେ କି ଗତକାଲି ଝଡ଼ବର୍ଷାରେ ଯାଜପୁର ରୋଡ଼୍‌ ଷ୍ଟେଶନରେ ଦୀର୍ଘଦିନ ହେବ ଅଟକି ରହିଥିବା ମାଲବାହି ଟ୍ରେନ୍‌ର ୱାଗନ ଗଡ଼ି ଯିବାରୁ ଚକାତଳେ କଟି ଯାଇ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଥିଲେ।

Bhadrak Train Track