Advertisment

୪ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର

ଭଦ୍ରକ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭୟାବହତାକୁ  ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ଭଦ୍ରକର ସମସ୍ତ ଧାର୍ମିକ ଅନୁଷ୍ଠାନ।  ଏବେ ସଂକ୍ରମଣ  ହ୍ରାସ ପାଇଥିବାରୁ ଭଦ୍ରକର ସମସ୍ତ ଧର୍ମାଷ୍ଠାନକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଆଜି ସୋମବାର ଠାରୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ମନ୍ଦିର ଖୋଲିବା ପାଇଁ ମିଳିଛି ଅନୁମତି। ଏଥିପାଇଁ ଜାରି ହୋଇଛି କଟକଣା। ଭକ୍ତମାନେ ସ୍ୱତନ୍ତ୍ର କଟକଣା ମଧ୍ୟରେ ମାଆଙ୍କ ଦର୍ଶନ କରିବେ। ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର […]

୪ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର

5gm

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭୟାବହତାକୁ  ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ଭଦ୍ରକର ସମସ୍ତ ଧାର୍ମିକ ଅନୁଷ୍ଠାନ।  ଏବେ ସଂକ୍ରମଣ  ହ୍ରାସ ପାଇଥିବାରୁ ଭଦ୍ରକର ସମସ୍ତ ଧର୍ମାଷ୍ଠାନକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଆଜି ସୋମବାର ଠାରୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ମନ୍ଦିର ଖୋଲିବା ପାଇଁ ମିଳିଛି ଅନୁମତି। ଏଥିପାଇଁ ଜାରି ହୋଇଛି କଟକଣା। ଭକ୍ତମାନେ ସ୍ୱତନ୍ତ୍ର କଟକଣା ମଧ୍ୟରେ ମାଆଙ୍କ ଦର୍ଶନ କରିବେ। ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ସୂଚନା ଦିଆଯାଛି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଟକଣା କରାଯାଇଛି। ତାହା ସହ ୧୦ବର୍ଷରୁ କମ୍ ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମନ୍ଦିର ନଯିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ଦୀର୍ଘ ଦିନ ପରେ ମାଆଙ୍କ ଦର୍ଶନ ପାଇ ଶ୍ରଦ୍ଧାଳୁ ମାନେ ଖୁସି ଅଛନ୍ତି। ମାଆଙ୍କ ସକାଳ ସମସ୍ତ ନିତିକାନ୍ତୀ ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ଖୋଲିବା ପରେ ବେଶ ଖୁସି ଅଛନ୍ତି ଭକ୍ତ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe