Advertisment

ନଦୀ ସଂସ୍କାର କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଭଦ୍ରକ:(ପାର୍ଥ ସାରଥୀ ନାୟକ): ବନ୍ୟା ପ୍ରତିକାର ପାଇଁ ନଦୀ ସଂସ୍କାର ଯୋଜନାରେ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଉଛି । ନଦୀ ସଂସ୍କାର ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କୋଟି କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ନଦୀ ସଂସ୍କାର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ବୈତରଣୀ ନଦୀର ଶାଖା ଗେଙ୍ଗୁଟି ନଦୀ ଧାମନଗର ବ୍ଲକ ଦେଇ ପ୍ରବାହିତ ହୋଇଯାଇଛି। ଏହି ନଦୀର ଅବବାହିକାରେ ଧାମନଗର ବ୍ଲକର 15 […]

author-image
Tapas Behera
ଅଦ୍ୟତନ ହୋଇଛି
ନଦୀ ସଂସ୍କାର କାର୍ଯ୍ୟରେ ଅନିୟମିତତା ଅଭିଯୋଗ

tio

ଭଦ୍ରକ:(ପାର୍ଥ ସାରଥୀ ନାୟକ): ବନ୍ୟା ପ୍ରତିକାର ପାଇଁ ନଦୀ ସଂସ୍କାର ଯୋଜନାରେ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଉଛି । ନଦୀ ସଂସ୍କାର ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କୋଟି କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ନଦୀ ସଂସ୍କାର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ବୈତରଣୀ ନଦୀର ଶାଖା ଗେଙ୍ଗୁଟି ନଦୀ ଧାମନଗର ବ୍ଲକ ଦେଇ ପ୍ରବାହିତ ହୋଇଯାଇଛି।

Advertisment

ଏହି ନଦୀର ଅବବାହିକାରେ ଧାମନଗର ବ୍ଲକର 15 ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକ ବସବାସ କରିଥାନ୍ତି। କିନ୍ତୁ ପ୍ରତିବର୍ଷ ଗେଙ୍ଗୁଟି ନଦୀରେ ବନ୍ୟା ଆସିବା ଯୋଗୁଁ ଏହି ସବୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥାଏ। ନଦୀ ଅବବାହିକା ପୋତି ହୋଇ ପଡ଼ିଥିବାରୁ, ବନ୍ୟା ଜଳ ନିଷ୍କାସନରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ। ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ପୋତି ହୋଇଯାଇଥିବା ଗେଙ୍ଗୁଟି ନଦୀର ସଂସ୍କାର ପାଇଁ ୭ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ରାଶି ମଞ୍ଜୁର ହୋଇଥିଲା।

ଏସବୁକୁ ଦୃଷ୍ଟି ଦେଇ ଭଦ୍ରକ ଡ୍ରେନେଜ ଡିଭିଜନ ପକ୍ଷରୁ 7 କୋଟି 64 ଲକ୍ଷ ଟଙ୍କା ବ୍ୟୟରେ ଏହି ନଦୀର ସଂସ୍କାର ଗତ 16.1.2020 ମସିହାରୁ ଆରମ୍ଭ କରାଗଲା। ତେବେ କାର୍ଯ୍ୟାଦେଶ ନେଇଥିବା ସମ୍ପୃକ୍ତ ଠିକା ସଂସ୍ଥା ଦୁଇ ଗୋଟି ବଡ଼ ପୋଲ ନିର୍ମାଣ କରିଥିବା ସହିତ ନଦୀ ଖନନ କାର୍ଯ୍ୟ କରିଥିଲେ। ତେବେ ଏହି ନଦୀ ଖନନ କାର୍ଯ୍ୟ ଠିକ ଭାବେ ହୋଇ ନ ଥିବା ଏବଂ ଏଥିରେ ବ୍ୟାପକ ଅର୍ଥ ବାଟ ମରଣା କରାଯାଇଥିବା କେତେକ ଲୋକ ଅଭିଯୋଗ କରିଛନ୍ତି। ଏପରିକି ସେମାନେ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଲିଖିତ ଅଭିଯୋଗ ଦେଇ ଏହି ନଦୀ ଖନନ କାର୍ଯ୍ୟ ଦୁର୍ନୀତିର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

Advertisment

ସେମାନେ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟାଦେଶ  ନେଇଥିବା ଠିକା ସଂସ୍ଥା ନଦୀ ଖନନ କାର୍ଯ୍ୟକୁ ଠିକ ଭାବେ କରି ନ ଥିବାରୁ ନଦୀରେ ବିଭିନ୍ନ ସ୍ଥାନରେ ଚଉଡା ରହିଛି ଓ ବନ୍ୟା ଜଳ ଠିକ ଭାବେ ନିଷ୍କାସନ ହୋଇପାରୁନାହିଁ। ଅନ୍ୟପକ୍ଷରେ ନଦୀର ଖନନ କାର୍ଯ୍ୟ ଶେଷ ହୋଇନାହିଁ ଓ ଏହି ସଂସ୍କାର କାର୍ଯ୍ୟଟି  ସଂପୂର୍ଣ୍ଣ ହୋଇ ନାହିଁ ଏହା ଅଦ୍ୟାବଧି ଚାଲୁଅଛି ବୋଲି କହି ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ମନା କରିଦେଇଥିଲେ ବିଭାଗୀୟ ଅଧିକାରୀ ।