Advertisment

ସାଂଘାତିକ ଅଭିଯୋଗ- ଉତ୍କୋଚ ବିନା ରୋଗୀକୁ ହାତ ମାରୁ ନାହାନ୍ତି ଡାକ୍ତର

ଚାନ୍ଦବାଲି(ବାସୁଦେବ ସାହୁ): ‘ପ୍ରଥମେ ଟଙ୍କା, ପରେ ଚିକିତ୍ସା । ନଚେତ ଜୀବନ ଗଲେ ଯାଉ। ’ ଉତ୍କୋଚ ବିନା ରୋଗୀ ଦେହରେ ହାତ ମାରୁ ନ ଥିବା ଡାକ୍ତର ରୋକଠୋକ ଏପରି ଚରମବାଣୀ ଶୁଣାଉଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।  ଏପରିକି ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଡାକ୍ତରଙ୍କ ପରବାଏ ନାହିଁ। ଟଙ୍କା ଯୋଗାଡ଼ କରି ନ ପାରିଲେ ମିଳୁନି ଚିକିତ୍ସା ସୁବିଧା, ଅନ୍ୟତ୍ର ନେଇଯିବାକୁ ବି ମିଳୁଛି ଧମକ । ଡାକ୍ତରଙ୍କୁ […]

ସାଂଘାତିକ ଅଭିଯୋଗ- ଉତ୍କୋଚ ବିନା ରୋଗୀକୁ ହାତ ମାରୁ ନାହାନ୍ତି ଡାକ୍ତର

bhadrak

Advertisment

ଚାନ୍ଦବାଲି(ବାସୁଦେବ ସାହୁ): ‘ପ୍ରଥମେ ଟଙ୍କା, ପରେ ଚିକିତ୍ସା । ନଚେତ ଜୀବନ ଗଲେ ଯାଉ। ’ ଉତ୍କୋଚ ବିନା ରୋଗୀ ଦେହରେ ହାତ ମାରୁ ନ ଥିବା ଡାକ୍ତର ରୋକଠୋକ ଏପରି ଚରମବାଣୀ ଶୁଣାଉଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।  ଏପରିକି ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଡାକ୍ତରଙ୍କ ପରବାଏ ନାହିଁ। ଟଙ୍କା ଯୋଗାଡ଼ କରି ନ ପାରିଲେ ମିଳୁନି ଚିକିତ୍ସା ସୁବିଧା, ଅନ୍ୟତ୍ର ନେଇଯିବାକୁ ବି ମିଳୁଛି ଧମକ । ଡାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି ବିଶ୍ୱାସ କରୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନାମରେ ଆସୁଛି ଏପରି ସଙ୍ଗୀନ ଅଭିଯୋଗ ।

Advertisment

ଏପରିକି କିଛି ଦିନ ପୂର୍ବେ ଲାଞ୍ଚ ଦେଇ ନ ପାରିବାକୁ ପ୍ରସବ ନିମନ୍ତେ ଆସିଥିବା ଜଣେ ମହିଳାଙ୍କ ଚିକିତ୍ସା କରିବାକୁ ମନା କରି ଦେଇଥିଲେ ଡା. ସାହୁ। ପ୍ରସବ କରାଇବା ନିମନ୍ତେ ରୋଗୀଙ୍କୁ ସମ୍ପୃକ୍ତ ଡାକ୍ତର ୩ ହଜାରରୁ ୪ ହଜାର ମାଗିଥିବା  ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ଟଙ୍କା ଦେଇ ନ ପାରିବାରୁ ବାଧ୍ୟ ହୋଇ ପ୍ରସୂତୀଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ନବଜାତର ମୃତ୍ୟୁ ଘଟିଥିଲା। ହୁଏତ ଚାନ୍ଦବାଲିରେ ଉପଯୁକ୍ତ ଚିକିତ୍ସା ପାଇପାରିଥିଲେ ପିଲାଟା ବଞ୍ଚି ପାରିଥାନ୍ତା ବୋଲି କହିଛନ୍ତି ମହିଳାଙ୍କ ସମ୍ପର୍କୀୟ।

ଜଣେ ନୁହେଁ, ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆସୁଥିବା ଅଧିକାଂଶ ରୋଗୀ ଆଣୁଛନ୍ତି ଏପରି ଅଭିଯୋଗ । କିଏ ଟଙ୍କା ଦେଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଛି ତ କିଏ ଟଙ୍କା ଦେବାକୁ ବାଧ୍ୟ ହେଉଛି। ଏପରି ଡାକ୍ତରଜଣକ ଅଧିକାଂଶ ସମୟ ଆଉଟଡୋର ବଦଳରେ ନିଜ କ୍ୱାର୍ଟର୍ସରେ ଚିକିତ୍ସା କରି ରୋଗୀଙ୍କଠାରୁ ଫିସ୍ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏ ନେଇ କିଛି ରୋଗୀଙ୍କ ସଂପର୍କୀୟ, ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ସିଡିଏମ୍ଓଙ୍କୁ ଦାବି ପତ୍ର ଦେଇଛନ୍ତି । ଏ ନେଇ ଡାକ୍ତର ପ୍ରଦ୍ୟୁମ୍ନ ସାହୁଙ୍କ ପଚାରାଯିବାରୁ ସେ କହିବାକୁ ମନା କରିଦେଇଛନ୍ତି।

Advertisment

ଏନେଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ସନ୍ତୋଷ ପୃଷ୍ଟି କହିଛନ୍ତି, ଡା. ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନାଁରେ ଅଭିଯୋଗ ଆସିଥିବା ବେଳେ ତାଙ୍କୁ ତାଗିଦ କରାଯାଇଛି । ସରକାରୀ ଡାକ୍ତରଖାନାରେ ସବୁ ସେବା, ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।  ଯଦି କେହି ଲାଞ୍ଚ ନେଇଥାଏ, ତେବେ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe