Advertisment

କେନ୍ଦ୍ର ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପାଇବେ ଅଶୋକ ସାର୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥିଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ଭାବେ ସମ୍ମାନିତ ହେବେ।  ଚଳିତବର୍ଷ ଜାତୀୟସ୍ତରରେ ଏହି ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଅଶୋକ କୁମାର ଶତପଥି। ଏନେଇ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା […]

author-image
Tapas Behera
କେନ୍ଦ୍ର ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପାଇବେ ଅଶୋକ ସାର୍‌

6h

ଭଦ୍ରକ(ପାର୍ଥ ସାରଥୀ ନାୟକ): କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥିଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ଭାବେ ସମ୍ମାନିତ ହେବେ।  ଚଳିତବର୍ଷ ଜାତୀୟସ୍ତରରେ ଏହି ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଅଶୋକ କୁମାର ଶତପଥି। ଏନେଇ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ୧୯୯୯ ମସିଆରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ଥିବା ସରକାରୀ ହାଇସ୍କୁଲରୁ ସେ ଶିକ୍ଷକତା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଭଦ୍ରକ ଜିଲ୍ଲା ହାଇସ୍କୁଲରେ ବିଜ୍ଞାନ ବିଷୟରେ ଶିକ୍ଷକତା କରୁଛନ୍ତି। ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷକତା ମଧ୍ୟରେ ସେ ଅନେକ କୃତି ଛାତ୍ରଛାତ୍ରୀ ଗଢି ପାରିଛନ୍ତି।

ରାଜ୍ୟ ତଥା ଦେଶ ବିଦେଶରେ ସେମାନେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି । ଜଣେ ସଫଳ ଏବଂ ସୁଶିକ୍ଷକ ଭାବେ ତାଙ୍କୁ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରିବା ପାଇଁ ମନୋନିତ କରାଯାଇଛି।  ଏ ନେଇ ତାଙ୍କୁ ବିଭିନ୍ନ ଛାତ୍ରଛାତ୍ରୀ, ସହକର୍ମୀ, ଉପରିସ୍ଥ ଅଧିକାରୀମାନଙ୍କ ପକ୍ଷରୁ ଶୁଭେଚ୍ଛାର ବାର୍ତ୍ତା ଦିଆଯାଉଛି । ପୁରସ୍କାର ମିଳିଲେ ପରିଶ୍ରମର ଆତ୍ମସନ୍ତୋଷ  ମିଳିଥାଏ ବୋଲି କହିଛନ୍ତି ଅଶୋକ ସାର ।

Advertisment